Masthead

ରୋଚକ ମୋଡରେ କଟକ ମହାଲଢେଇ

କଟକ (ବଡ଼ ଖବର ବ୍ୟୁରୋ):  ରୋଚକ ମୋଡରେ କଟକ ସାଂସଦୀୟ କ୍ଷେତ୍ରରେ ମହାଲଢେଇ । କଟକ ନିର୍ବାଚନକୁ ରୋଚକ କରିଛି ନୂଆ ଆଉ ପୁରୁଣା ଚେହେରା । ଗୋଟିଏ ପଟେ  ଲୋକସଭାକୁ ୬ ଥର ନିର୍ବାଚିତ ହୋଇଥିବା ବିଜେପି ପ୍ରାର୍ଥୀ ହେଭିୱେଟ ଭର୍ତ୍ତୃହରୀ ମହତାବ । ଆଉ ଅନ୍ୟପଟେ ବିଜେଡି କଟକକୁ ନୂଆ ମୁହଁ ଦେଇଥିବା କର୍ପୋରେଟ ସଂସ୍ଥାର  ସିଇଓ ସଂତୃପ୍ତ ମିଶ୍ର । ଭର୍ତ୍ତୃହରୀ ପୂର୍ବରୁ ବିଜେଡି ଦଳରୁ କଟକ ସାଂସଦ ଭାବେ ଜିତି ଆସୁଥିଲେ । ହେଲେ ବିଜେପିରେ ମିଶିଲା ପରେ କଟକ ସାଂସଦ ପ୍ରାର୍ଥୀ କରିଛି ବିଜେପି ।

ହେଲେ  ନୂଆ ମୁହଁକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ସହରବାସୀ । ବିଜେଡି ନୂଆ ମୁହଁ ଦେଇଥିବା ସଂତୃପ୍ତ ମିଶ୍ରଙ୍କ ପାଇଁ ଅଡୁଆ ସ୍ଥିତି ସୃଷ୍ଟି ହେଲାଣି । ବିଭିନ୍ନ ସ୍ଥାନରେ ତାଙ୍କୁ କେହି ଜାଣନ୍ତି ନାହିଁ ବୋଲି ସହବାସୀ କହିଲେଣି । ଯଦିଓ ସଂତୃପ୍ତ ମିଶ୍ର ବିଜେଡିରୁ ପ୍ରତିନିଧିତ୍ଵ କରୁଛନ୍ତି ସେହି ତୁଳନାରେ ସାଧାରଣ ଲୋକଙ୍କ ସୁଖ ଦୁଃଖରେ ଛିଡା ହେବାକୁ  ପଡିବ । ହେଲେ ବହୁ ସ୍ଥାନରେ ଆଜି ପର୍ଯ୍ୟନ୍ତ ତାଙ୍କ ପାଖକୁ ଆସି ନାହାନ୍ତି କି ସମସ୍ୟା ପ୍ରତି ବୁଝି ନାହାନ୍ତି । ସିଏ କେମିତି କଟକର ସାଂସଦ ହେବେ ବୋଲି ମତ ଦେଇଛନ୍ତି  ସହରବାସୀ । କର୍ପୋରେଟ ଜଗତରୁ  ଆସି ରାଜନୀତିକୁ ଓହ୍ଲାଇଥିବା ସଂତୃପ୍ତ ମିଶ୍ର ଆଜି ପର୍ଯ୍ୟନ୍ତ କୌଣସି ସଭା ସମିତିରେ ଯୋଗ ଦେଇନାହାନ୍ତି । କଟକ ହେଉଛି ସାଂସ୍କୃତିକ ପ୍ରାଣକେନ୍ଦ୍ର ଏବଂ ଭାଇଚାରାର ସହର ।

ଏଠାରେ ସମସ୍ତ ପର୍ବ ପର୍ବାଣି ସଭିଏଁ ମିଶି ପାଳନ କରନ୍ତି । ହେଲେ କେବେ ବି ସହରବାସୀଙ୍କ ସହ ଯୋଗ ଦେଇ ନାହାନ୍ତି କି ମିଶି ନାହାନ୍ତି । କେବେ ବି ତାଙ୍କ ନାଁ ଶୁଣି ନାହାନ୍ତି କି ତାଙ୍କ ସହ ପରିଚିତ ହୋଇନାହାନ୍ତି । ତେଣୁ କିଭଳି ଭାବେ ସେ ଭୋଟ ପାଇବେ ବୋଲି ସହରବାସୀ ପ୍ରଶ୍ନ କରିଛନ୍ତି । ଗୋଟିଏ ପଟେ ରାଜନୀତିର ବିଜ୍ଞ ସାଂସଦକୁ ୬ ଥର ଦେଖିଲାଣି କଟକ । ଆଉ ଗୋଟେ ପଟେ ନୂଆ ମୁହଁ । ଏ ସମସ୍ତ ଘଟଣା ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ନିଜର ଗଡ଼କୁ କିପରି ରକ୍ଷା କରୁଛନ୍ତି ତାହା ଫଳାଫଳ ପରେ ହିଁ ଜଣାପଡିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ