Before Header

ଆଖି ବୁଜିଲା ଚିତା ‘ଶାଶା’

0 40

ମଧ୍ୟପ୍ରଦେଶ(ବଡ଼ ଖବର ବ୍ୟୁରୋ): ଆଖି ବୁଜିଲା ଚିତା ‘ଶାଶା’ । ଗତବର୍ଷ ଆଫ୍ରିକା ମହାଦେଶ ନାମିବ୍ୟାରୁ ଆସିଥିଲା ‘ଶାଶା’ । ପୂର୍ବବର୍ଷ ୮ଟି ଚିତା ଭାରତ ଆସିଥିଲେ । ସେଥିରୁ ଗୋଟିଏ ଚିତାର ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୮ ଚିତାକୁ ଛଡ଼ାଯାଇଥିଲା । ଗତକାଲି ମାଇ ଚିତା ‘ଶାଶା’ ଆଖି ବୁଜିଛି । ଜାନୁଆରୀ ୨୩ ତାରିଖରୁ ସେ ଅସୁସ୍ଥ ଥିଲା । କିଡନୀ ଜନିତ ସମସ୍ୟାରେ ପଡ଼ିତ ଥିଲା ‘ଶାଶା’ ।

ଚିକିତ୍ସା ପାଇଁ କ୍ୱାରେଣ୍ଟିନ୍ ଏନକ୍ଲୋଜରକୁ ପଠାଯାଇଥିଲା । ଚିକିତ୍ସା ପାଇଁ ମଧ୍ୟପ୍ରଦେଶ ସରକାର ଏକ ଏମର୍ଜେନ୍ସି ମେଡିକାଲ ଟିମ୍ ପଠାଇଥିଲେ । ବନ ବିହାର ଜାତୀୟ ଉଦ୍ୟାନର ମୁଖ୍ୟ ପ୍ରାଣୀ ଚିକିତ୍ସକ ଡାକ୍ତର ଅତୁଲ ଗୁପ୍ତାଙ୍କ ନେତୃତ୍ୱରେ ଚିକିତ୍ସା କରାଯାଉଥିଲା । ପରବର୍ତ୍ତି ସମୟରେ ତାର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.