Masthead

କରୋନା ସବୁ ସାରିଦେଲା

କଟକ (ବଡ଼ ଖବର ବ୍ୟୁରୋ): ଦୀର୍ଘ ଦଶନ୍ଧି ଧରି କଟକ ଦଶହରାରେ ବାଉଁଶ ତିଆରି କୁଲା, ବାଉଁସିୟା,ଚାଙ୍ଗୁଡ଼ି, ଗାଣ୍ଡୁଆ ଆଦି ଘରୋଇ ଉପକରଣ ବିକ୍ରି ହୋଇଥାଏ । ଓଡିଶାର କୋଣ ଅନୁକୋଣରୁ ବାଉଁଶ କାରିଗରମାନେ ଆସିଥାନ୍ତି କଟକ ସହରକୁ । ଏଥର କିନ୍ତୁ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ । ବାଉଁଶ ତିଆରି ଜିନିଷ ବିକ୍ରିକରି ଚଳୁଥିବା କାରିଗରମାନେ ହତାଶ ହୋଇଛନ୍ତି । ବଡମ୍ବା, ନରସିଂହପୁର, ଆଠଗଡ, ବିନ୍ଧାଣିମା, ମାନପୁର, କରଂଜି ଆଦି ଅଞ୍ଚଳରୁ କାରିଗରମାନେ ଦେବୀଗଡ଼ାରେ ବାଉଁଶ ତିଆରି ଜିନିଷ ବ୍ୟବସାୟ କରନ୍ତି, କିନ୍ତୁ କରୋନା ମହାମାରୀ ଛଡାଇ ନେଇଛି ସେମାନଙ୍କର କୁଳବେଉସା ।

ଦୀର୍ଘ ଆଠମାସ ଧରି ବ୍ୟବସାୟ ହରାଇ ଘରେ ବସି ରହିଥିବା ଏହି ବ୍ୟବସାୟୀମାନେ ଦଶହରା ଭସାଣିରେ ଦୁଇ ପଇସା ରୋଜଗାର କରିବେ ବୋଲି ଆଶା ରଖିଥିଲେ । ମାତ୍ର ଭସାଣିରେ ଦେବୀଗଡ଼ା ଖାଁ ଖାଁ । ଲୋକ ନଥିବାରୁ ବେପାର ସମ୍ପୂର୍ଣ୍ଣ ବନ୍ଦ । ବଡମ୍ବା ଅଂଚଳର ବାଉଁଶ କାରିଗର ଚନ୍ଦନ ରାଉଳ, ଆଠଗଡ ବିନ୍ଧାଣିମା ଅଂଚଳର ଶ୍ରଦ୍ଧାଞ୍ଜଳି ବରାଳ, ନରସିଂହପୁର ଅଂଚଳର ଅଭିନ୍ନ ରାଉତ ପ୍ରମୁଖ କହିଛନ୍ତି, ଆଶା ଆଶାରେ ରହିଗଲା । କରୋନା ସବୁ ସାରିଦେଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ