Masthead

ସବୁଆଡେ କୁଢ କୁଢ ଶବ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ଓଃ କି ହୃଦୟ ବିଦାରକ ଦୃଶ୍ୟ । ସତରେ ଦେଖିଲେ ଛାତି ଥରିଯାଉଛି । ଚାରିଆଡ଼େ ଖାଲି ଶବ ଆଉ ଶବ । ଶବର ପାହାଡ଼ । ରଖିବା ପାଇଁ ମିଳୁନି ଜାଗା । ସ୍କୁଲ ଘରେ ରଖାଯାଉଛି ଶବ । ଧର୍ଯ୍ୟ ରହୁନି । ଶବର ସମୁଦ୍ରରୁ ଲୋକେ ଖୋଜୁଛନ୍ତି ନିଜ ଆତ୍ମୀୟକୁ । କୁଢ କୁଢ ଶବ ଭିତରୁ କିଏ ପୁଅକୁ ଖୋଜୁଛି ତ କିଏ ବାପାକୁ । ଆଉ କିଏ ଭଉଣୀ ଭାଇକୁ । ସେପଟେ ଶବକୁ ବୋହିବା ପାଇଁ ଲୋକଙ୍କ ପାଖରେ ଧର୍ଯ୍ୟ ବି ରହୁନି । ଅଟୋରେ ଏକା ସାଙ୍ଗରେ କୁଢ କୁଢ ଶବ ଲଦା ଚାଲିଛି । କରମଣ୍ଡଳ ଯେ କାଳ ପାଲଟି ଯିବ କିଏ ବା ଜାଣିଥିଲା । ବାହାନଗାରେ ଘଟିଥିବା ଦୁର୍ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଦୁର୍ଘଟଣାରେ ଯାଇଛି ଶତାଧିକଙ୍କ ଜୀବନ । ଏବେ ବି ମୃତୁ୍ୟ ସଂଖ୍ୟା ବଢିବାରେ ଆଶଙ୍କା ରହିଛି । ଏପଟେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିଲେ ବି ଶବକୁ ଚିହ୍ନିବା ପାଇଁ ପ୍ରିୟ ପରୀଜନଙ୍କ ପାଖରେ ଧର୍ଯ୍ୟ ନାହିଁ । ଶହ ଶହ ଲୋକେ ମରି ପଡ଼ିଛନ୍ତି । ଦୃଶ୍ୟ ଦେଖିଲେ ସାଧାରଣଙ୍କ ଲୋକଙ୍କ ଧର୍ଯ୍ୟ ରହୁନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ