Masthead

ପ୍ରକାଶ ରାଜଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସାଉଥ ଏବଂ ବଲିଉଡରେ ଦମଦାର ଅଭିନୟ ପାଇଁ ବେଶ ଜଣାଶୁଣା ପ୍ରକାଶ ରାଜ । ନିଜର ଖୋଲାଖୋଲି ମତାମତ ଯୋଗୁଁ ସେ ଲାଇମଲାଇଟରେ ରୁହନ୍ତି । ଯାହା ଦ୍ୱାରା ତାଙ୍କୁ ଅନେକ ଥର ଟ୍ରୋଲ ମଧ୍ୟ କରାଯାଇଛି । ନିକଟରେ ସେ ସନାତନ ଧର୍ମ ଉପରେ ଦେଇଥିବା ମନ୍ତବ୍ୟ ତାଙ୍କୁ ଭାରି ପଡିଛି । ଫଳସ୍ୱରୁପ ତାଙ୍କୁ ମୃତୁ୍ୟ ଧମକ ମିଳିଛି ।

ତାଙ୍କ ପରିବାରର ସୁରକ୍ଷା ପ୍ରତି ବିପଦ ବୋଲି କହି ବେଙ୍ଗାଲୁର ପୋଲିସ ନିକଟରେ ସେ ଅଭିଯୋଗ କରିଛନ୍ତି । ପ୍ରକାଶ କହିଛନ୍ତି ଯେ ଏକ ୟୁଟୁଭ ଚ୍ୟାନେଲରେ ଏକ ଭିଡ଼ିଓ ଅପଲୋଡ଼ ହୋଇଛି ଯେଉଁଥିରେ କି ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଏକ ଖରାପ ଭାବମୂର୍ତ୍ତିରେ ଦର୍ଶାଯାଇଛି । ଏହା ସହ ଭିଡିଓ ଟିରେ ତାଙ୍କୁ ଏବଂ ତାଙ୍କ ପରିବାରକୁ ମାରିଦେବାର ଧମକ ଦିଆଯାଇଛି । ଉକ୍ତ ୟୁଟୁଭ ଚ୍ୟାନେଲ ନାଁରେ ସେ ପୋଲିସରେ ଅଭିଯୋଗ କରିଛନ୍ତି । ବିକ୍ରମ ଟିଭିର ୟୁଟୁଭ ଚ୍ୟାନେଲ ଉପରେ ଅଭିଯୋଗ ଆଣିଛନ୍ତି ପ୍ରକାଶ ।

ଯେଉଁ ଭିଡିଓ ଟିରେ କୁହାଯାଇଛି ‘ଷ୍ଟାଲିନ ଏବଂ ପ୍ରକାଶ ରାଜଙ୍କୁ ଜିବନରୁ ମାରିଦେବା ଉଚିତ’ । ଏହାକୁ ଭିତ୍ତିକରି ପୋଲିସ ସେ କହିଥିବା ୟୁଟୁଭ ଚ୍ୟାନେଲ ନାଁରେ ମାମଲା ରୁଜ୍ଜୁ କରିଛି । ସନାତନ ଧର୍ମ ଉପରେ ସେ କହିଥିଲେ ‘ ସନାତନ ଏକ ପ୍ରକାର ଡ଼େଙ୍ଗୁ ବିମାରି ଅଟେ, ଯାହାକୁ ସଫା କରିବା ଅତ୍ୟନ୍ତ ଆବଶ୍ୟକ ।ଯେଉଁ ବ୍ୟକ୍ତି ସନାତନ ଧର୍ମ ଏବଂ ହିନ୍ଦୁ ଧର୍ମ ଉପରେ ଆସି ଟିପ୍ପଣି ଦେଉଛନ୍ତି ସେମାନେ ହିନ୍ଦୁ ଧର୍ମର ବାସ୍ତବିକ ପ୍ରତିନିଧି ନୁହଁନ୍ତି । ସେମାନେ କେବଳ ରାଜନୈତିକ ଉଦେ୍ଦଶ୍ୟ ପାଇଁ ଏହାକୁ ପ୍ରୟୋଗ କରୁଛନ୍ତି ।’

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ