ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସୋସିଆଲ ମିଡିଆରେ ଏନସିପି ଚିଫ୍ ଶରଦ ପାୱାରଙ୍କୁ ହତ୍ୟା ଧମକ । ଶରଦଙ୍କୁ ଫେସବୁକ୍ ଓ ଟ୍ୱିଟର ସହ ସୋସିଆଲ ମିଡିଆରେ ହତ୍ୟା ଧମକ । ଏହି ଘଟଣାରେ ପୁନେର ଜଣେ ଆଇଟି ଇଞ୍ଜିନିୟରଙ୍କୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ । ଗତକାଲି ମୁମ୍ବାଇ ପୁଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଜୁନ୍ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଏନେଇ ଶରଦ ପାୱାରଙ୍କ ଝିଅ ମୁମ୍ବାଇ ପୁଲିସ୍ରେ ଏକ ମାମଲା ରୁଜୁ କରିଥିଲେ। ଫେସବୁକ୍ ପୋଷ୍ଟରେ ଲେଖାଥିଲା ଖୁବ୍ ଶୀଘ୍ର ଶରଦ ପାୱାରଙ୍କ ଅବସ୍ଥା ନରେନ୍ଦ୍ର ଦାଭୋଲକରଙ୍କ ପରି ହେବ ।