Before Header

ଭୟଙ୍କର ରୂପରେ ଟ୍ରିପଲ ମ୍ୟୁଟାଣ୍ଟ

Gayatri priyadarshini

0 73

ଭୁବନେଶ୍ୱର (ବଡ ଖବର ବ୍ୟୁରୋ): ସମଗ୍ର ବିଶ୍ୱ ଆଜି କରୋନା ମହାମାରୀ କବଳରେ କବଳିତ । ଏହି ସଂକ୍ରମଣ ଏତେ ମାତ୍ରାରେ ବୃଦ୍ଧି ହେଲାଣି ଯେ ମନୁଷ୍ୟ ସମାଜ ହାହାକାର ଡାକ ଦେଲାଣି । କରୋନାରେ ଅନେକ ଲୋକ ପୋକମାଛି ପରି ଜୀବନ ହାରୁଛନ୍ତି । ସଂକ୍ରମଣର ହାର ଏତେ ମାତ୍ରାରେ ବଢିଗଲାଣି ଯେ କେଉଁଠି ଅକ୍ସିଜେନର ଅଭାବ ଦେଖା ଗଲାଣିତ, କେଉଁଠି ବେଡୟର । କେଉଁଠି ଭ୍ୟାକ୍ସିନ ସରିଲାଣି ତ କୋଉଁଠି ଔଷଧ ନାହିଁ । ପ୍ରତିଦିନ ଏତେ ମାତ୍ରାରେ ରୋଗୀ ବାହାରୁଛନ୍ତି ଯେ ଚିକିତ୍ସା ପାଇଁ କୋଭିଡ କେୟାର ସେଣ୍ଟର ମଧ୍ୟ ଅଭାବ ପଡୁଛି । ବଢୁଥିବା କରୋନା ସଂକ୍ରମଣ ଦେଶରେ ଆତଙ୍କ ସୃଷ୍ଟି କରୁଛି । ସଂକ୍ରମଣରେ ଆମେରିକାକୁ ପଛରେ ପକାଇଥିବା ଭାରତ ଏବେ ଚିନ୍ତାରେ । ଏହାରି ଭିତରେ ସାମ୍ନାକୁ ଆସିଛି ଡବଲ ମ୍ୟୁଟାଣ୍ଟ ଭାଇରସ । କେବଳ ସେତିକି ନୁହେଁ ବର୍ତ୍ତମାନ ଟ୍ରିପୁଲ ମ୍ୟୁଟାଣ୍ଟାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହେଲାଣି । ତେବେ ଏହି ଟ୍ରିପୁଲ ମ୍ୟୁଟାଣ୍ଟା ଭାଇରସ କଣ, ଏହା କେତେ ମାରାତ୍ମକ ଜାଣିବା ପୁର୍ବରୁ ପ୍ରଥମେ ଜାଣନ୍ତୁ –

ମ୍ୟୁଟେସନ କଣ ?
ଅନେକ ସମୟ ପର୍ଯ୍ୟନ୍ତ ବଞ୍ଚିରହିବା ପାଇଁ ଏହି ଭୂତାଣୁ ଲଗାତାର ଜେନେଟିକ ସଂରଚନାରେ ପରିବର୍ତ୍ତନ ଆଣୁଛି । ଏହାକୁ ସର୍ବାଇଭାଲ ପ୍ରକ୍ରିୟା କୁହାଯାଏ । ଯେଉଁଥିରେ ନୂଆ ନୂଆ ରୂପ ବଦଳାଉଛି ଭୂତାଣୁ । ଏହା ସହ ଶକ୍ତିଶାଳୀ ମଧ୍ୟ ହେବାରେ ଲାଗିଛି । ତେବେ ଡବଲ୍ ମ୍ୟୁଟାଣ୍ଟା ବିଷୟରେ ପ୍ରଥମେ ମାର୍ଚ୍ଚରେ ଶୁଣିବାକୁ ମିଳିଥିଲା । ସେହି ସମୟରେ ସରକାର ଦେଶର ୪ଟି ରାଜ୍ୟ ତଥା ମହାରାଷ୍ଟ୍ର, ଗୁଜରାଟ, ପଞ୍ଜାବ ଏବଂ ଦିଲ୍ଲୀରୁ ନମୁନା ସଂଗ୍ରହ କରି ଗବେଷଣା କରିଥିଲେ । ଗବେଷଣା ପରେ ଜଣାପଡିଥିଲା ଯେ ତୀବ୍ରଗତିରେ ବଢୁଥିବା ସଂକ୍ରମଣ ପାଇଁ ଦାୟୀ ଏହି ଡବଲ ମ୍ୟୁଟାଣ୍ଟ ଭାଇରସ ।

ସେଣ୍ଟର ଫର ସେଲ୍ୟୁଲାର ଆଣ୍ଡ ମଲିକ୍ୟୁଲାର ବାୟୋଲୋଜିର ଏହା ଉପରେ ଗବେଷଣା ନ ସରୁଣୁ ଟ୍ରିପୁଲ୍ ମ୍ୟୁଟାଣ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲା । ରିପୋର୍ଟ ଅନୁସାରେ ଏହି ନୂଆ ଭାଇରସ୍ ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଛି । ଏହି ଭୂତାଣୁର ତିନୋଟି ଭିନ୍ନ ଭିନ୍ନ ଷ୍ଟ୍ରେନ୍ ର ଏକ କମ୍ବିନେସନ ରହିଛି । ବୈଜ୍ଞାନିକ ଏହି ଟ୍ରିପୁଲ ମ୍ୟୁଟାଣ୍ଟାର ନା ରଖିଛନ୍ତି ବି.୧.୬୧୮ । ଏହା ଏତେ ଶକ୍ତିଶାଳୀ ଯେ ଆଣ୍ଟବଡି ତିଆରି ହୋଇସାରିଥିବା ଲେକଙ୍କ ଶରୀରକୁ ମଧ୍ୟ ଏହା ସହଜରେ କବ୍ଚା କରିନିଏ । ଥରେ କରେନାରେ ସଂକ୍ରମିତ ହୋଇସାରିଥିବା ଲୋକ ପୁଣିଥିରେ ସଂକ୍ରମିତ ହୋଇପାରନ୍ତି । ଅବଶ୍ୟ ଏହାକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ ।

ପ୍ରଥମ ମ୍ୟୁଟେସନ ବ୍ରିଟେନରେ ମିଳିଥିଲା ଯାହାକୁ ୟୁକେ ଭ୍ୟାରିଏଣ୍ଟ ଏବଂ ପରେ ବି ୧୧୭ କୁହାଗଲା । ଏହା ପୁରୁଣା ଭୂତାଣୁ ଅପେକ୍ଷା ଅଧିକ ସଂକ୍ରମିତ ହୋଇଥିଲା । ଏହା ପ୍ରଭାବରେ ସଂକ୍ରମିତ ସଂଖ୍ୟା ଏତେ ବଢିଥିଲା ଯେ ୟୁକେରେ ଲକଡାଉନ ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ ସରକାର । ଏହାପରେ ବ୍ରାଜିଲେ ମଧ୍ୟ ନୂଆ ଭ୍ୟାରିଆଣ୍ଟ ମିଳିଥିଲା ଯାହାର ନାଁ ବି ୧.୩୫୧ ରଖାଗଲା । ଡବଲ ମ୍ୟୁଟାଣ୍ଟ କୁ ଛାଡି ଏବେ ଟ୍ରିପୁଲ ମ୍ୟୁଟାଣ୍ଟ ଚର୍ଚ୍ଚାରେ । ପଶ୍ଚିମବଙ୍ଗରୁ ଚିହ୍ନଟ ହୋଇଥିବା ଏହି ଭାଇରସର ସଂକ୍ରମଣ ହାର ପ୍ରାୟ ୧୦ ଗୁଣ ବୋଲି ବିଶେଷଜ୍ଞମାନେ କହିଛନ୍ତି । ପଶ୍ଚିମବଙ୍ଗରେ ଦେଖା ଯାଉଥିବା ଏହି ଷ୍ଟ୍ରେନ୍ ଏବେ ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ମଧ୍ୟ ଦେଖିବାକୁ ମିଳିଛି ।

ଏହି ନୂତନ ଭାଇରସ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଚକମା ଦେଇ ଶରୀର ଭିତରକୁ ପ୍ରବେଶ କରିଥାଏ । ଏହି ଭୂତାଣୁ ତୀବ୍ରଗତିରେ ବ୍ୟାପି ଥାଏ ବୋଲି କୁହାଯାଉଛି । ଯେଉଁଥିପାଇଁ ବହୁଳ ମାତ୍ରାରେ ଲୋକେ ସଂକ୍ରମିତ ହେଉଛନ୍ତି । ଗୋଟିଏ ପଟେ ସମଗ୍ର ଦେଶରେ କରୋନାର ଭୟାବହତା ବୃଦ୍ଧି ହେଉଥିବା ବେଳେ ଟ୍ରିପୁଲ ମ୍ୟୁଟାଣ୍ଟ ଏବେ ଚିନ୍ତାର କାରଣ ପାଲଟିଛି । କରୋନା ସ୍ଥିତି ଏଭଳି ହେଲାଣି ଯେ କେତେବେଳେ କଣ ହେବ କହିବା ଅସମ୍ଭବ । ତେଣୁ ଏବେ ଠାରୁ ସାବଧାନ ନହେଲେ ଆଗାମୀ ଦିନରେ ପରିସ୍ଥିତି ଯେ ଆହୁରି ସାଂଘାତିକ ନହେବ ଏକଥା କୁହାଯାଇ ନପାରେ ।

Leave A Reply

Your email address will not be published.