Masthead

ଦର୍ଶକଙ୍କ ସାମ୍ନାରେ ପ୍ରେମିକା ହାତରେ ମୁଦି ପିନ୍ଧାଇଲେ ଦୀପକ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଷ୍ଟାଡିୟମ ଭିତରେ ବିବାହ ପ୍ରସ୍ତାବ ଦେଲେ , ସମସ୍ତଙ୍କ ସାମ୍ନାରେ ମୁଦି ମଧ୍ୟ ପିନ୍ଧାଇଲେ । ଗୁରୁବାର ହୋଇଥିବା ଆଇପିଏଲ ମ୍ୟାଚରେ ଷ୍ଟାଡିୟମ ଗ୍ୟାଲେରିରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଚେନ୍ନାଇ ଦ୍ରୁତ ବୋଲର ଦୀପକ ଚହର ମ୍ୟାଚ୍‌ ସରିବା ପରେ ଷ୍ଟାଡିୟମରେ ନିଜ ପ୍ରେମିକା ଜୟା ଭରଦ୍ବାଟଜଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ଏହି ଦୃଶ୍ୟ କୌଣସି ହିନ୍ଦୀ ଚଳଚ୍ଚିତ୍ରର ରୋମାଣ୍ଟିକ୍ ଦୃଶ୍ୟଠାରୁ କୌଣସି ଗୁଣରେ କମ୍ ନଥିଲା । ‌

ମ୍ୟାଚ୍‌ ସରିବା କ୍ଷଣି ଦୀପକ ଷ୍ଟାଡିୟମ୍‌ରେ ମ୍ୟାଚ୍ ଦେଖୁଥିବା ନିଜ ପ୍ରେମିକା ନିକଟକୁ ଆସି ତାଙ୍କ ସମ୍ମୁଖରେ ଆଣ୍ଠେଇ ପଡ଼ି ବିବାହ ପ୍ରସ୍ତାବ ଦେଇଥିଲେ। ପ୍ରେମିକା ଜୟା ତାଙ୍କ ପ୍ରସ୍ତାବରେ ସମ୍ମତି ଜଣାଇବା ପରେ ତୁରନ୍ତ ସେ ତାଙ୍କୁ ମୁଦି ପିନ୍ଧାଇଥି‌ଲେ। ଏହା ଦେଖି ଷ୍ଟାଡିୟମରେ ଥିବା ଦର୍ଶକ ଏବଂ ସାଥୀ ଖେଳାଳିମାନେ ତାଳି ମାରି ଉଭୟଙ୍କୁ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଓ ଶୁଭକା‌ମନା ଜଣାଇଥିଲେ। ଯାହାର ଭିଡିଓ ଏବେ ଭାିରାଲ ହେବାରେ ଲାଗିଛି । ଜୟା ହେଉଛନ୍ତି ଅଭିନେତା, ମଡେଲ ଓ ଚର୍ଚ୍ଚିତ ରିଅଲିଟି ସୋ’ ‘ବିଗ୍‌ ବସ୍‌’ର ପ୍ରତିଯୋଗୀ ସିଦ୍ଧାର୍ଥ ଭରଦ୍ବାଜଙ୍କ ଭଉଣୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ