Masthead

ରଣବୀରଙ୍କ ସହ ମୀନ୍ନା ମା’ ଭୂମିକାରେ ନଜର ଆସିବେ ଦୀପିକା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ଜଣେ ଆଗ ଧାଡିର ନାୟିକା ହେଉଛନ୍ତି ଆକ୍ଟେରେସ ଦୀପିକା ପାଦୁକୋନ । ନିଜ ଟ୍ୟାଲେଣ୍ଟ ବଳରେ ସେ ଆଜି ଅନେକ ନାମୀଦାମୀ ହିରୋଇନଙ୍କୁ ପଛରେ ପକାଇ ଟପ ଲିଷ୍ଟରେ ରହିଛନ୍ତି । ସେପଟେ ସ୍ୱାମୀ ରଣବୀର ମଧ୍ୟ ନିଜ ଦମଦାର ଅଭିନୟରେ ବାନ୍ଧି ରଖିଛନ୍ତି ସିନେପ୍ରେମୀଙ୍କୁ । କହିବାକୁ ଗଲେ ରଣବୀର ଓ ଦୀପିକାଙ୍କ ଯୋଡି ରିୟଲ ଲାଇଫ ସହ ରିଲ ଲାଇଫରେ ମଧ୍ୟ ସୁପରହିଟ ।

ତେବେ ୱିଲିୟମ ସେକ୍ସପିଅରଙ୍କ ନାଟକ ଆଧାରରେ ବି ଟାଉନରେ ନିର୍ମାଣ ହେଉଛି ହିନ୍ଦୀ ଚଳଚିତ୍ର ‘ସର୍କସ୍’ ଯେଉଁଥିରେ କି ରଣବୀର ସିଂ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ମୁଭିରେ ରଣବୀରଙ୍କ ସହ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଓ ପୂଜା ହେଗେଡେ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବେ । ତେବେ ବର୍ତ୍ତମାନ ଶୁଣିବାକୁ ମିଳିଛି ଯେ ରଣବୀରଙ୍କର ଏହି ଅପକମିଙ୍ଗ ମୁଭିରେ ଦୀପିକା ମଧ୍ୟ ଏକ ସ୍ପେସିଆଲ କ୍ୟାରେକ୍ଟରରେ ନଜର ଆସିବେ । ମୁଭିର ଏକ ଗୀତରେ ଫିଲ୍ମ ଚେନ୍ନାଇ ଏକ୍ସପ୍ରେସ୍ ର ଅତି ପରିଚିତ ଚରିତ୍ର ମୀନ୍ନା ମା’ ଭୂମିକାରେ ଦେଖିବାକୁ ମିଳିବେ ଦୀପିକା । ଏହି ଖବର ଣୁଣିବା ପରେ ରଣବୀର ଓ ଦୀପିକାଙ୍କ ଫ୍ୟାନ୍ସ ମାନେ ବେଶ ଉତ୍ସାହିତ ଅଛନ୍ତି ଦୁହିଁଙ୍କୁ ପୁଣି ଗୋଟିଏ ପରଦାରେ ଏକାଠି ଦେଖିବାକୁ ।

୨୦୧୩ରେ ଶାହାରୁଖଙ୍କ ସହ ମୀନ୍ନା ମା ଭୂମିକାରେ ନଜର ଆସିଥିବା ଦୀପିକା ଯଦି ସ୍ୱାମୀ ରଣବୀରଙ୍କ ସହ ଦେଖାଦିଅନ୍ତି ତେବେ ପରଦାରେ ଚାରଚାନ୍ଦ ଲାଗିଯିବ ବୋଲି ଦର୍ଶକଙ୍କ ମତ ରହିଛି । ତେବେ ଏହି ମୁଭିକୁ ରୋହିତ ସେଟ୍ଟୀ ନିର୍ଦ୍ଦେଶନା ଦେଉଥିବା ବେଳେ ରିଲାଏନ୍ସ ଏଣ୍ଟରଟେନମେଣ୍ଟ, ଭୂଷଣ କୁମାର ଓ ରୋହିତ ସେଟ୍ଟୀଙ୍କ ମିଳିତ ପ୍ରଯୋଜନାରେ ଏହା ନିର୍ମାଣ ହେଉଛି ।

ସର୍କସ ବ୍ୟତୀତ ରଣବୀର ଓ ଦିପିକାଙ୍କର ଅପକମିଙ୍ଗ ମୁଭି ୮୩ ବି ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଏଥିରେ ରଣବୀର କପିଲ ଦେବଙ୍କ କ୍ୟାରେକ୍ଟର ପ୍ଲେ କରୁଥିବା ବେଳେ ଦିପିକା ତାଙ୍କ ପତ୍ନୀଙ୍କ ଭୂମିକାରେ ନଜର ଆସିବେ । ତେବେ ରଣବୀର ଓ ଦୀପିକାଙ୍କର ସବୁ ମୁଭି ଭଳି ଏହି ମୁଭି ମଧ୍ୟ ବକ୍ସ ଅଫିସରେ ଏକ ରେକର୍ଡ ତିଆରି କରିବ ବୋଲି ଆଶା ରଖିଛନ୍ତି ଦର୍ଶକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି