ଲଗାଣ ବର୍ଷାରେ ଦବିଗଲା କୂଅ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଲଗାଣ ବର୍ଷାରେ ବେହାଲ ରାଜଧାନୀ ଭୁବନେଶ୍ୱର । ଲଗାତର ୩ ଦିନ ଲଗାଣ ବର୍ଷା ରେ ୧୦ଫୁଟ ତଳକୁ ଦବିଗଲା କୂଅ । ଆତଙ୍କିତ ଅବସ୍ତାରେ ଗ୍ରାମବାସୀ । ଭୁବନେଶ୍ୱର ଉପକଣ୍ଠ ବଡ଼ରଘୁନାଥପୁର ଗ୍ରାମରେ ଲଗାଣ ବର୍ଷା ଫଳରେ ୧୦-ଫୁଟ ତଳକୁ ଦାବିଯାଇଛି କୂଅ । ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ । ଆଜି ଅପରାହ୍ନ ସମୟରେ ହଠାତ ଭୂଇଁ ତଳକୁ ଦାବିବାକୁ ଲାଗିଥିଲା ଗ୍ରାମର କୂଅଟି । ହୋହାଲ୍ଲା ହୋଇ ଘରୁ ବାହାରି ଦୌଡ଼ି ଆସିଥିଲେ କିଛି ପରିବାର ଲୋକେ । ଏହି କୂଅ ଉପରେ ନିର୍ଭର କରିଥାନ୍ତି ୧୦୦ ଲୋକେ । ଏହି କୂଅ ଏବେ ୧୦ଫୁଟ ମାଟି ତଳେ ।

କୂଅଟି ଦବିବା ହେତୁ ପାଖକୁ ଲାଗିଥିବା ଛାତଘରମାନ ଏବେ ବିପଦ ସଂକୁଳ ଅବସ୍ଥାରେ । କୂଅ ଦାବିବାକୁ ନେଇ ଘରମାନ ଦାବି ଯିବାର ଆଶଙ୍କା କରି ଭୟଭୀତ ହୋଇ ଘରୁ ବାହାରିଆସିଥିଲେ ପରିବାର ଲୋକେ । ଏ ଅଘଟଣ ପ୍ରଥମ ଥର ଏ ଅଞ୍ଚଳରେ ହୋଇଥିବାରୁ ସମ୍ପୂର୍ଣ୍ଣ ଭୟଭୀତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ । ପିଲା ଛୁଆଙ୍କୁ ନେଇ ପରିବାର ରହୁଥିବା ବେଳେ ସୁରକ୍ଷାକୁ ଦୃଷ୍ଟିରେ ରôଖ ଏବେ ଘର ବାହାର ପଦାରେ ପରିବାର ସହ ବସିରହିଥିବା ଦେଖିବାକୁ ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ