Masthead

ମାନିଲେନି ଫୁଟାଇଲେ, ଆଉ ଏବେ…

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମାନିଲେନି ଦିଲ୍ଲୀବାସୀ । ଫୁଟାଇଲେ ବାଣ । ଆଉ ଏବେ ଦିଲ୍ଲୀର ପରିବେଷ ଧୂଆଁଧୂଆଁ । ଧୂଆଁ ନୁହେଁ ତ କୃତ୍ରିମ କୁହୁଡ଼ି । ତେବେ ପାଣ ଯୋଗୁଁ ଦିଲ୍ଲୀରେ ବଢାଇଲା ପ୍ରଦୂଷଣ । ସୁପ୍ରିମକୋର୍ଟଙ୍କ କ୍ରାକର ବ୍ୟାନକୁ ମାନିଲେନି ଦିଲ୍ଲୀ ବାସିନ୍ଦା । ବିଳମ୍ବିତ ରାତି ଯାଏଁ ଦିଲ୍ଲୀରେ ଫୁଟିଲା ବାଣ । ରାଜଧାନୀର ବିଭିନ୍ନ ଅଞ୍ଚଳରେ ବାଣ ଫୁଟୁଥିବା ଦେଖିବାକୁ ମିଳିଛି । ଫଳରେ ବାଣ ଧୂଆଁରେ କୃତ୍ରିମ କୁହୁଡିର ଭ୍ରମ ସୃଷ୍ଟି ହୋଇଥିଲା । ବାଣଧୂଆଁରେ ବିଭିନ୍ନ ସ୍ଥାନରେ ଏୟାର କ୍ବାଲିଟି ଇଣ୍ଡେକ୍ସ ଆହୁରି ନିମ୍ନସ୍ତରକୁ ଚାଲିଯାଇଛି ।

ପ୍ରଦୂଷଣକୁ ଆଖିରେ ରଖି ଦିଲ୍ଲୀରେ ବାଣ ଫୁଟାଇବା ଉପରେ ନଭେମ୍ବର ୭ରେ ସୁପ୍ରିମକୋର୍ଟ ବ୍ୟାନ ଲଗାଇଥିଲେ । ମାତ୍ର ଗତକାଲି ଅପରାହ୍ନ ୪ଟା ପରଠାରୁ ବିଳମ୍ବିତ ରାତି ଯାଏଁ ଦିଲ୍ଲୀରେ ବାଣ ଫୁଟାଉଥିବା ଦେଖିବାକୁ ମିଳିଥିଲା । କିଛି ଦିନ ତଳେ ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଭର୍ତ୍ସନା କରିଥିଲେ । ତୁରନ୍ତ ପାଳ ଜାଳିବା ବନ୍ଦ କରିବାକୁ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜନୀତି ନ କରି ପାଳ ଜାଳିବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ