ଟନେଲରେ ଫସିଛନ୍ତି ଶ୍ରମିକ, ରାତି ସାରା ଚାଲିଛି ଉଦ୍ଧାର କାର୍ଯ୍ୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଉତ୍ତରାଖଣ୍ଡର ଉତ୍ତରକାଶୀରେ ବଡ଼ ଧରଣର ଅଘଟଣ । ନିର୍ମାଣଧିନ ଟନେଲ ଭୁଶୁଡ଼ି ପଡିବାରୁ ଟନେଲେ ଫସିରହିଛନ୍ତି ପ୍ରାୟ ୪୦ ଶ୍ରମିକ । NDRF, SDRF, ITBP, BRO ଯବାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ଫସିରହିଥିବା ଶ୍ରମିକଙ୍କ ପାଖରେ ପ୍ରାୟ ୬୦ ମିଟର ଦୂରରେ ପହଞ୍ଚିଲେଣି ଉଦ୍ଧାରକାରୀ ଟିମ୍ । ଶ୍ରମିକଙ୍କ ପାଖକୁ ପାଇପ ଯୋଗେ ଖାଦ୍ୟ, ଅମ୍ଳଜାନ ପଠାଯାଉଛି ଫସିରହିଥିବା ଶ୍ରମିକଙ୍କ ପାଖରେ ପ୍ରାୟ ୬୦ ମିଟର ଦୂରରେ ପହଞ୍ଚିଲେଣି ଉଦ୍ଧାରକାରୀ ଟିମ୍ ଗତକାଲି ଉତ୍ତରାଖଣ୍ଡର ଉତ୍ତରକାଶୀରେ ବ୍ରହ୍ମଖାଲ-ୟମୁନୋତ୍ରୀ ଜାତୀୟ ରାଜପଥର ସିଲକୟାରରୁ ଡଣ୍ଡାଲଗାଁ ପର୍ଯ୍ୟନ୍ତ ନବୟୁଗ କମ୍ପେନୀ ନୀର୍ମାଣ କରୁଥିବା ଟନେଲ ଭୁଶୁଡ଼ିଯିବାରୁ ୪୦ ଶ୍ରମିକ ସେଠାରେ ଫସି ରହିଥିଲେ । ଭୂସ୍ଖଳନ କାରଣରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ସ୍ଥାନୀୟ ପ୍ରଶାସନ ଅନୁସାରେ ଭିତରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଦୁଇରୁ ତିନି ଦିନ ସମୟ ଲାଗିପାରେ । ଉତ୍ତରକାଶୀ ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି, ଫସିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି । ସେମାନଙ୍କ ପାଖରେ ଅକ୍ସିଜେନ୍ ସିଲିଣ୍ଡର ରହିଛି । ଏହାସହ ଟନେଲ ଭିତରକୁ ଏକ ଅକ୍ସିଜେନ ପାଇପ ପକାଯାଇଛି । ଜିଲ୍ଲା ପ୍ରଶାସନ ନେତୃତ୍ବରେ ପୋଲିସ, ଏସଡିଆରଏଫ, ଏନଡିଆରଏଫ, ଅଗ୍ନିଶମ ବାହିନୀ, ୧୦୮ ଜରୁରୀକାଳୀନ ସେବା କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଏବେ ଟନେଲର ଭଗ୍ନାବଶେଷ ହଟାଇବା କାମରେ ନିର୍ମାଣକାରୀ ସଂସ୍ଥା NHIDCLର ମେଶିନ ବ୍ୟବହାର କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ