Masthead

ବର୍ଷାରେ ବେହାଲ ଦିଲ୍ଲୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟଚରୋ): ରାଜଧାନୀ ଦିଲ୍ଲୀରେ ଝଡ଼ପବନ ସାଙ୍ଗକୁ ପ୍ରବଳ ବର୍ଷା । କିଛି ଘଣ୍ଟାର ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ । ରାସ୍ତାରେ ଜମିଲା ଆଣ୍ଠୁଏ ଉଚ୍ଚର ପାଣି । ଗଛ, ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ଯୋଗୁଁ ଟ୍ରାଫିକ ଜାମ୍ । ଦିଲ୍ଲୀ ପାଇଁ ରେଡ ଆଲର୍ଟ ଜାରି । ତଳିଆ ଅଂଚଳରେ ଏବେ ପାଣି ଜମି ରହିଛି । ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଥିବା ବେଳେ ବିମାନବନ୍ଦରର ମେଟାଲ ଷ୍ଟ୍ରକ୍ଟ ଭାଙ୍ଗିରୁଜି ଯାଇଛି । ଗୋଟିଏ ପଟେ ବର୍ଷା ଯୋଗୁଁ ଖରା ଗରମରୁ ଲୋକଙ୍କୁ ଆଶ୍ବସ୍ତି ମିଳିଛି ।

ଅନ୍ୟପଟେ ବିଭିନ୍ନ ସ୍ଥାନରେ ପାଣି ଜମି ରହିବା କାରଣରୁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖରାପ ପାଣିପାଗ ପାଇଁ ୪୦ଟି ବିମାନର ଗତିପଥ ବଦଳାଯାଇଛି । ସେହିପରି ୧୦୦ରୁ ଅଧିକ ବିମାନ ବିଳମ୍ବ ହୋଇଛି । ପ୍ରବଳ ବର୍ଷା ପବନ ନେଇ ଭାରତୀୟ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି । ଅନ୍ୟପଟେ କାଳବୈଶାଖୀରେ ମାଆ ସହ ୩ ଛୁଆ ମୃତଙ୍କ ମୃତ୍ୟୁ ଘଟିଛି । ଗଛ ପଡ଼ି ଗୋଟିଏ ପରିବାରର ୪ ଜୀବନ ଯାଇଛି । ମାଆ ସହ ୩ ଛୁଆଙ୍କ ମୃତ୍ୟୁ ହୋଇଥିବାବେଳେ ବାପା ଗୁରୁତର ଅଛନ୍ତି । ଖରଖରି କେନାଲ ଅଞ୍ଚଳ ଏକ ଗାଁରେ ଅଘଟଣ ଘଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ