Masthead

ଫେକ୍ ଆଇଡିରେ ସିମ କାର୍ଡ ଆକ୍ଟିଭ, ଲୁଟେରାକୁ ଗିରଫ କଲା ଦିଲ୍ଲୀ ପୋଲିସ

ବରୀ (ବଡ଼ ଖବର ବ୍ୟୁରୋ): ବରୀରେ ଅନଲାଇନ୍ ଠକେଇ ଅଭିଯୋଗରେ ଦିଲ୍ଲୀ ସାଇବର ପୋଲିସର ୪ ଜଣିଆ ଟିମ ବରୀରେ ପହଞ୍ଚି ବରୀ ପୋଲିସ ସହାୟତାରେ ଜଣକୁ ଗିରଫ କରିଛି। ଗିରଫ ହୋଇଥିବା ଯୁବକ ଜଣକ ବରୀ ଥାନା ଅଧୀନ ଭୂରୁଙ୍ଗା ଗ୍ରାମର ଦୁଃଶାସନ କରଙ୍କ ପୁଅ ପ୍ରିତମ କର । ପ୍ରିତମ କର ଫେକ୍ ଆଇଡି କରି ୫୦ ହଜାରରୁ ଅଧିକ ସିମ୍ ଆକ୍ଟିଭ କରି ଦିଲ୍ଲୀ, ହରିଆଣା, ପଞ୍ଜାବ, ହିମାଚଳ ପ୍ରଦେଶ, ୟୁପି, ରାଜସ୍ଥାନ ଆଦି ୧୮ ଟି ରାଜ୍ୟକୁ ପଠାଉଥିଲେ । ଉକ୍ତ ସିମକୁ ବ୍ୟବହାର କରି ଅନଲାଇନ୍ ମାଧ୍ୟମରେ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକୁଥିବା ଜଣା ପଡ଼ିଛି। ବରୀରେ ରହି ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ କୋରିଅର ମାଧ୍ୟମରେ ସିମ କାର୍ଡ ପଠାଉ ଥିଲେ ପ୍ରିତମ । ଅଧିକ ତଦନ୍ତ ପାଇଁ ବରୀ ପୋଲିସ ସହାୟତାରେ ପ୍ରିତମକୁ ଯାଜପୁର ଏସଡିଜେଏମ କୋର୍ଟରେ ହାଜର କରାଇ ରିମାଣ୍ଡରେ ନେବ ବୋଲି ଦିଲ୍ଲୀ ପୋଲିସ ସୂଚନା ଦେଇଛି ।

୩୦.୦୭.୨୦୨୧ରେ ଦିଲ୍ଲୀର ସଲିମାର ବାଗରେ ଏକ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ସଲିମାର ବାଗ ପୋଲିସ ୬୪୧/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲେ। ତଦନ୍ତରେ ଅଧିକ ଖିଅ ବାହାରିବାରୁ ଦିଲ୍ଲୀ ସାଇବର ସେଲକୁ ଉକ୍ତ କେସକୁ ହସ୍ତାନ୍ତର କରିଥିଲା ସଲିମାର ବାଗ ପୋଲିସ । ସାଇବର ସେଲ ଘଟଣାର ତଦନ୍ତ ଆରମ୍ଭ କରି ଓଡ଼ିଶାର ଦୁଇଜଣ ସଂପୃକ୍ତି ଥିବା ଜାଣିଥିଲେ । ଦୁଇଜଣଙ୍କ ମଧ୍ୟରୁ ଜଣେ ବାଲେଶ୍ଵରର ହୋଇଥିବା ବେଳେ ଏହାର ମାଷ୍ଟର ମାଇଣ୍ଡ ଯାଜପୁର ବରୀ ଅଞ୍ଚଳର ବୋଲି ଜଣାପଡ଼ିଥିଲା । ଦିଲ୍ଲୀ ଟିମ୍ ବରୀରେ ପହଞ୍ଚି ପ୍ରିତମଙ୍କୁ ତାଙ୍କ ଘରୁ ଗିରଫ କରି ବରୀ ଥାନାରେ ରଖି ଅଧିକ ପଚରା ଉଚରା ଜାରି ରଖିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ