Masthead

ଚଳିତବର୍ଷ ରେକର୍ଡ କରିବ ଦିଲ୍ଲୀ ପ୍ରଦୂଷଣ, ବଢ଼ିଲାଣି ନଡ଼ା ପୋଡ଼ି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଶୀତ ଋତୁ ଆସିବା ସହ ଭାରତର ଧଡକନ ଦିଲ୍ଲୀରେ ପ୍ରବଳରୁ ଅତିପ୍ରବଳ ଥଣ୍ଡା ପଡ଼ିବା ଆରମ୍ଭ ହୋଇଥାଏ । ଏହାଛଡ଼ା ପ୍ରଦୂଷଣ ବି ଦିନକୁ ଦିନ ରେକର୍ଡ ଭାଙ୍ଗିଥାଏ । ଗତବର୍ଷ ଦିଲ୍ଲୀରେ ସବୁ ରେକର୍ଡ ଭାଙ୍ଗିଥିଲା ପ୍ରଦୂଷଣ । ଚଳିତ ବର୍ଷ ବି ସମାନ ଅବସ୍ଥା ଦେଖାଦେବ ବୋଲି ଶୁଣିବାକୁ ମିଳୁଛି । ତେବେ ଦିଲ୍ଲୀରେ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ହେଉଛି ଉତ୍ତର ଭାରତର ନଡ଼ାପୋଡ଼ି । ଯାହାକି ଭୟଙ୍କର ବାୟୁ ପ୍ରଦୂଷଣ ସୃଷ୍ଟି କରିଥାଏ । କିନ୍ତୁ ଏଥିପ୍ରତି କେହି ବି ସଚେତନ ହେଉନାହାନ୍ତି । ଗତବର୍ଷ ଏଥିରେ କଟକଣା ଲଗାଯାଇଥିବା ବେଳେ ଏହାକୁ ବିରୋଧ କରାଯାଉଥିବା ମଧ୍ୟ ଦେଖିବାକୁ ମିଳିଛି ।

ଅମଳ ଋତୁ ଆରମ୍ଭ ହେବା ସହ ନଡ଼ା ପୋଡ଼ିବା ବି ଆରମ୍ଭ କରିଥାନ୍ତି । ଯଦି ରିପୋର୍ଟ ଦେଖିବାକୁ ରବିବାର ଦିନ ପଞ୍ଜାବରେ ସର୍ବାଧିକ ୨ହଜାର ୮୯୫ଟି ସ୍ଥାନରେ ଚାଷୀମାନେ ଚାଷଜମିରେ ନଡ଼ା ପୋଡ଼ିଛନ୍ତି । ଗତବର୍ଷ ଅକ୍ଟୋବର ୩୧ ସୁଦ୍ଧା ପ୍ରାୟ ୨୮ ହଜାର ସ୍ଥାନରେ ନଡ଼ାପୋଡ଼ି ହୋଇଥିଲା । କିନ୍ତୁ ଚଳିତ ବର୍ଷ ଏହା ବୃଦ୍ଧି ପାଇଛି । ଏଥିରୁ ଅନୁମେୟ ଯେ, ଚଳିତ ବର୍ଷ ସବୁ ରେକର୍ଡ ଭାଙ୍ଗିବ ଦିଲ୍ଲୀର ବାୟୁ ପ୍ରଦୂଷଣ ।

ଗତ ୩ଦିନ ହେଲା ଦୈନିକ ପ୍ରାୟ ୧ହଜାର ନଡ଼ାପୋଡ଼ି ଘଟଣା ଘଟୁଥିଲା । କିନ୍ତୁ ରବିବାର ଏହି ସଂଖ୍ୟାରେ ୧ହଜାର ୮ଶହ ବୃଦ୍ଧି ଘଟିଛି, ଯାହାକି ଅତ୍ୟନ୍ତ ଚିନ୍ତାର ବିଷୟ । ତେବେ ଆଗକାଳରେ ଧାନକୁ ମୂଳରୁ କାଟି ଦିଆଯାଉଥିଲା । ନଡ଼ାକୁ ଜାଳେଣି, ଗୋରୁ ଖାଦ୍ୟ ବା ଛପର କାମରେ ବ୍ୟବହାର କରାଯାଉଥିଲା । କିନ୍ତୁ ବର୍ତ୍ତମାନ ଶସ୍ୟର ଅଗରୁ କେଣ୍ଡା କାଟି ନେଇ ସମ୍ପୂର୍ଣ୍ଣ ଜମିରେ ନିଆଁ ଲଗାଇଦିଆଯାଉଛି । ଫଳରେ ଚାଷୀମାନେ ଖୁବ କମ ଖର୍ଚ୍ଚରେ କ୍ଷେତକୁ ସଫା କରି ପରବର୍ତ୍ତୀ ଚାଷ ପାଇଁ ପ୍ରସ୍ତୁତ କରିପାରୁଛନ୍ତି ।

କିନ୍ତୁ ଏହି ନଡ଼ା ପୋଡ଼ିର ଗମ୍ଭୀର ପ୍ରଭାବ ପଡ଼ୁଛି ବାୟୁମଣ୍ଡଳ ଉପରେ । ଲୋକମାନେ ନିଶ୍ୱାସ ପ୍ରଶ୍ୱାସ ମଧ୍ୟ ନେଇପାରୁନାହାନ୍ତି । ପିଲାମାନଙ୍କ ଉପରେ ବି ଏହାର ଗମ୍ଭୀର ପ୍ରଭାବ ପଡ଼ୁଛି । ଦିଲ୍ଲୀ ସରକାର ଏଥିପାଇଁ ବହୁ ଅନୁରୋଧ ମଧ୍ୟ କରୁଛନ୍ତି । କିନ୍ତୁ ପଞ୍ଜାବ ଓ ହରିୟାଣା ସରକାର ନଡ଼ାପୋଡ଼ିକୁ ନିୟନ୍ତ୍ରଣ କରିପାରୁ ନାହାନ୍ତି ।

ରବିବାରର ନଡ଼ାପୋଡ଼ି ପରେ ସୋମବାର ଦିଲ୍ଲୀ ଓ ଲକ୍ଷ୍ନୌ ପରି ସହରରେ ବାୟୁମାନ ଅଧିକ ଖରାପ ହୋଇପଡ଼ିଥିଲା । ସେହିପରି ୪ ତାରିଖରେ ଦୀପାବଳି ଆସୁଥିବାରୁ ଦିଲ୍ଲୀ ଏୟାର ଏମର୍ଜେନ୍ସି ଆଡ଼କୁ ଗତି କରୁଛି ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

ସେପଟେ ଆସନ୍ତା ସପ୍ତାହରେ ନଡ଼ାପୋଡ଼ି ଅଧିକ ବଢ଼ିବ । ବହୁ ସଂଖ୍ୟକ ନଡ଼ା ନପୋଡ଼ିବାକୁ ସେମାନେ କୃଷକଙ୍କୁ ଅନୁରୋଧ କରୁଛନ୍ତି । ତେବେ ଏଯାବତ ପ୍ରାୟ ୩ହଜାର କୃଷକଙ୍କୁ ନଡ଼ା ନପୋଡ଼ିବାକୁ ୨୫ଲକ୍ଷ ଟଙ୍କା ଜରିମାନା କରାଯାଇସାରିଲାଣି । ତଥାପି ଲୋକେ ସଚେତନ ହେଉନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ