ଦେଶମୁଖଙ୍କ ପରେ ପାୱାରଙ୍କ ଉପରେ ଆକ୍ସନ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ) : ମହାରାଷ୍ଟ୍ରରେ କେନ୍ଦ୍ରିୟ ଏଜେନ୍ସିର ଆକ୍ସନ ଏବେ ଜୋରଦାର ହୋଇଛି । ପୂର୍ବ ଗୃହ ମନ୍ତ୍ରୀ ଅନୀଲ ଦେଶମୁଖଙ୍କ ପରେ ଏବେ ଡେପୁଟି ସିଏମ ଅଜିତ ପାୱାରଙ୍କ ପାଳି ପଡ଼ିଛି । ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ଅଜିତ ପାୱାରଙ୍କ ସମ୍ପତ୍ତି ଫ୍ରିଜ୍ କରିବାକୁ ଟାର୍ଗେଟ କରିଛି । ଯାହା ପ୍ରାୟ ୧ହଜାର କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

ଗତ ରାତିରେ ଇଡି ପକ୍ଷରୁ ମହାରାଷ୍ଟ୍ରର ପୂର୍ବତନ ଗୃହ ମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଗିରଫ କରାଯିବା ପରେ ଆଜି ସକାଳୁ ସକାଳୁ ଆୟକର ବିଭାଗ ପକ୍ଷରୁ ରାଜ୍ୟର ଡେପୁଟି ସିଏମ୍‌ ଅଜିତ ପାୱାରଙ୍କ ଉପରେ ଆରମ୍ଭ ହୋଇ ଯାଇଛି ଆକ୍ସନ । ଆୟକର ବିଭାଗ ପକ୍ଷରୁ ଅଜିତ ପାୱାରଙ୍କ ୫ ସମ୍ପତ୍ତି ସିଜ୍‌ କରିବାକୁ ଆଦେଶ ଦିଆଯାଇଛି। ସିଜ୍‌ ହେବାକୁ ଥିବା ଅଜିତ ପାୱାରଙ୍କ ୫ଟି କମ୍ପାନୀ ହେଉଛି- ପ୍ରାୟ ୬ ଶହ କୋଟି ମୂଲ୍ୟର ।

ସେଗୁଡ଼ିକ ହେଉଛି ଜରନ୍ଦେଶ୍ୱର ସୁଗର ଫ୍ୟାକ୍ଟ୍ରି, ସାଉଥ ଦିଲ୍ଲୀସ୍ଥିତ ୨୦ କୋଟି ଟଙ୍କା ମୂଲ୍ୟର ଫ୍ଲାଟ, ଅଜିତଙ୍କ ପୁଅ ପାର୍ଥ ପାୱାରଙ୍କ ପ୍ରାୟ ୨୫ କୋଟି ଟଙ୍କା ମୂଲ୍ୟର ନିର୍ମଳ ଅଫିସ, ଗୋଆରେ ଥିବା ପ୍ରାୟ ୨୫୦ କୋଟି ମୂଲର ରିସର୍ଟ ‘ନିଲୟ’ ଓ ମହାରାଷ୍ଟ୍ରର ୨୭ଟି ଅଲଗା ଅଲଗା ଜାଗାରେ ଥିବା ପ୍ରାୟ ୫ଶହ କୋଟି ମୂଲ୍ୟର ଜାଗା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ