Before Header

ଜୟନାରାୟଣଙ୍କ ଟାର୍ଗେଟରେ ମୋ ସରକାର

0 55

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୁଣି ଜୟନାରାୟଣଙ୍କ ଟାର୍ଗେଟରେ ମୋ ସରକାର ଏବଂ ୫-ଟି । ବିଧାନସଭାରେ ଉଠିଲା ଅପପୃଷ୍ଟି ପ୍ରସଙ୍ଗ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରସଙ୍ଗ ଉଠାଉ କହିଛନ୍ତି ନଗଡ଼ାଠୁ କଳିଙ୍ଗନଗର ଚିତ୍ର ଆହୁରି କଦର୍ଯ୍ୟ ରହିଛି । କେବଳ ନଗଡ଼ା କି କଳିଙ୍ଗ ନଗର ନୁହେଁ ଓଡ଼ିଶାରେ ୧୯ ପ୍ରତିଶତ ଛୁଆ କମ ଓଜନର ଜନ୍ମ ହେଉଛନ୍ତି ।

୩୧ ପ୍ରତିଶତ ଛୁଆ ପୃଷ୍ଟି ହୀନତାର ଶିକାର, ୬୪ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର ହେଉଛନ୍ତି । ସେହିଭଳି ୬୧.୮ ପ୍ରତିଶତ ଗର୍ଭବତୀ ମହିଳା ରକ୍ତହୀନତାର ଶିକାର ହେଉଛନ୍ତି । ଏଇଟା କଣ ମୋ ସରକାର । ଏଇଟା କଣ ୫-ଟି । ଏହା କ’ଣ ଓଡ଼ିଶାର ବିକାଶ ବୋଲି ପ୍ରଶ୍ନ କଲେ ଜୟନାରାୟଣ । ବିଭାଗୀୟ ମନ୍ତ୍ରୀ ଏ ନେଇ ଗୃହରେ ଏକ ବିବୃତି ରଖନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ଦଳ ନେତା ଜୟ ନରାୟଣ ମିଶ୍ର ।

Leave A Reply

Your email address will not be published.