Masthead

ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ସଂସଦରେ ଏଭଳି କହିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ । ରାହୁଲ ଗାନ୍ଧୀ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ମୋଦିଙ୍କ ସହ ଆଦାନୀଙ୍କ ଫଟୋ ଦେଖାଇ ଦୁହିଁଙ୍କ ସମ୍ପର୍କ ବିଷୟରେ କହିଥିଲେ । ନିଶିକାନ୍ତ ଦୂବେ ରାହୁଲ ଗାନ୍ଧୀ ଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି। ଅଭିଯୋଗ ଭିତ୍ତିହୀନ, ଅପମାନଜନକ ଏବଂ ଡକ୍ୟୁମେଣ୍ଟ ଦ୍ୱାରା ସମର୍ଥିତ ନୁହେଁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏହି ବିବୃତ୍ତି ବିଭ୍ରାନ୍ତିକର, ଅପମାନଜନକ, ଅଶ୍ଳୀଳ, ସଂସଦୀୟ, ଅଣସଂଗଠିତ। ରାହୁଲ ଗାନ୍ଧୀ କୌଣସି ଯଥାର୍ଥ ପ୍ରମାଣପତ୍ର ଦାଖଲ କରିନାହାଁନ୍ତି ବୋଲି ବିଜେପି ସାଂସଦ ଲେଖିଛନ୍ତି। ସେ କହିଛନ୍ତି, “ଏହି ଆଚରଣ ଗୃହ ତଥା ଏହାର ସଦସ୍ୟଙ୍କ ଅଧିକାରର ଉଲ୍ଲଂଘନ ଅଟେ। ଏହା ବ୍ୟତୀତ ଗୃହର ଅବମାନନା ମାମଲା।

ରାହୁଲ ଗାନ୍ଧୀ ଗୃହରେ ଯେଉଁ ଚିତ୍ର ପ୍ରଦର୍ଶିତ କରିଥିଲେ ଯାହାକୁ ବାଚସ୍ପତି ନାପସନ୍ଦ କରିଥିଲେ। “ଯଦି ଆପଣ ପୋଷ୍ଟର ଦେଖାନ୍ତି, ତେବେ ସେମାନେ (ବିଜେପି) ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଦେଖାଇବେ ଆଦାନୀଙ୍କ ସହ। ସଂସଦ ଏସବୁ ପାଇଁ ନୁହେଁ ବୋଲି ବାଚସ୍ପତି ଓମ ବିର୍ଲା କହିଛନ୍ତି। ରାହୁଲ ଗାନ୍ଧୀଙ୍କ ଦ୍ଵାରା ଆଣିଥିବା ଅଭିଯୋଗକୁ ଖଣ୍ଡନ କରି ନିଶିକାନ୍ତ ଦୁବେ କହିଛନ୍ତି ଯେ ଟାଟା, ବିର୍ଲା ଏବଂ ଅମ୍ବାନୀ କଂଗ୍ରେସକୁ ସମର୍ଥନ କରିଛନ୍ତି। ଏପରିକି କେତେକ ଶିଳ୍ପପତି, ଯେଉଁମାନେ ବଡ଼ ଖବରକାଗଜର ମାଲିକ ଥିଲେ, ସେମାନେ କଂଗ୍ରେସ ଦଳର ସଦସ୍ୟ ଥିଲେ ବୋଲି ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି