Masthead

ପଟ୍ଟାମୁଣ୍ଡାଇକୁ ରାଜସ୍ୱ ସବଡିଭିଜନ ଘୋଷଣା ଦାବି

ପଟ୍ଟାମୁଣ୍ଡାଇ (ବଡ଼ ଖବର ବ୍ୟୁରୋ): ପଟ୍ଟାମୁଣ୍ଡାଇକୁ ରାଜସ୍ୱ ସବଡିଭିଜନ ଘୋଷଣା ଦାବି ଆଜିକାଲିର ନୁହେଁ ୯୦ ଦଶକରୁ ଏହା ଉଠିଆସୁଛି । ପ୍ରବାଦ ପୁରୁଷ ବିଜୁ ବାବୁ  ମୁଖ୍ୟମନ୍ତ୍ରୀ ଥିବା ସମୟରେ କେନ୍ଦ୍ରାପଡା ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହର ପଟ୍ଟାମୁଣ୍ଡାଇକୁ ରାଜସ୍ୱ ସବଡିଭିଜନ କରାଯିବାକୁ ଅଗ୍ରାଧିକାର ଦିଆଯିବ ନେଇ ଘୋଷଣା କରିଥିଲେ । ଇତିମଧ୍ୟରେ ୩୩ ବର୍ଷ ବିତିଗଲାଣି  କିନ୍ତୁ ପଟ୍ଟାମୁଣ୍ଡାଇକୁ ସବଡିଭିଜନ ଘୋଷଣା ପ୍ରସଙ୍ଗର କୌଣସି ଅଗ୍ରଗତି ହୋଇପାରୁନାହିଁ । ରାଜ୍ୟର ସର୍ବପୁରାତନ ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀକୁ ଉଚ୍ଛେଦ କରାଯାଇ ଏହାକୁ ୩ ଭାଗରେ ବିଭକ୍ତ କରିଦିଆଯାଇଛି ।

ଏହାର ଏକ ବୃହତ ଅଂଶକୁ ରାଜନଗର ନିର୍ବାଚନମଣ୍ଡଳୀରେ ସାମିଲ କରିଦିଆଯାଇଛି । ସେହିପରି ୧୦ଟି ପଂଚାୟତକୁ ଆଳି ନିର୍ବାଚନ ମଣ୍ଡଳି ସହିତ ସାମିଲ କରାଯାଇଥିବା ବେଳେ ପଟ୍ଟାମୁଣ୍ଡାଇବ୍ଲକର ୧୨ଟି ପଂଚାୟତକୁ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ସହିତ ସାମିଲ କରାଯାଇଛି ।  ପଟ୍ଟାମୁଣ୍ଡାଇ ବ୍ଲକର ୧୯ଟି ପଂଚାୟତ ଓ ପୈାରାଚଂଳର ୨୦ଟି ୱାର୍ଡ ରାଜନଗର ନିର୍ବାଚନ ମଣ୍ଡଳୀରେ ସାମିଲ କରାଯାଇ ନୂତନ ଭାବେ ରାଜନଗର ନିର୍ବାଚନ ମଣ୍ଡଳୀ ଗଠନ ହେବା ଓଡ଼ିଶା ରାଜନୈତିକ ମାନଚିତ୍ରରୁ ପଟ୍ଟାମୁଣ୍ଡାଇର ନାଁକୁ ସବୁ ଦିନପାଇଁ ଲିଭାଇଦିଆସାରିଛି । ସେବେଠାରୁ  ପଟ୍ଟାମୁଣ୍ଡାଇ ଅଂଚଳର ଜନସାଧାରଣ ରାଜସ୍ୱ ସବଡିଭିଜନ  ଦାବି ପୁରଣପାଇଁ ତତ୍ପର ହୋଇଉଠିଛନ୍ତି । ପଟ୍ଟାମୁଣ୍ଡାଇକୁ ରାଜସ୍ୱ ସବଡିଭିଜନ ଘୋଷଣା ଦାବି ପୁରଣ ପାଇଁ ବହୁ ସଂଗଠନ ଓ ଗଣ ସଂଗଠନ ଗୁଡିକ ଆନେ୍ଦାଳନ ବି ଜାରି ରଖିଛନ୍ତି ।

ପଟ୍ଟାମୁଣ୍ଡାଇକୁ ରାଜସ୍ୱ ସବଡିଭିଜନ ଘୋଷଣା ପ୍ରସଙ୍ଗରେ ରାଜ୍ୟସରକାରଙ୍କ ଆଭିମୁଖ୍ୟର ସ୍ପଷ୍ଟତାକୁ ନେଇ ପଟ୍ଟାମୁଣ୍ଡାଇର ଜନସାଧାରଣ ଅପେକ୍ଷା କରିଥିବା ବେଳେ ସ୍ଥାନୀୟ ବିଧାୟକ ଓ ରାଜନେତାମାନଙ୍କ ପ୍ରତିଶୃତି ପାଳନ ନ କରିବା ସାଧାରଣଲୋକଙ୍କୁ ବ୍ୟଥିତ କରିଛି । ପଟ୍ଟାମୁଣ୍ଡାଇ ଅଂଚଳ ପାଇଁ ଏହା ଏକ ସ୍ପର୍ଶକାତର ଘଟଣା ହୋଇଥିବାରୁ ଆଗାମୀ ସାଧରଣ ନିର୍ବାଚନକୁ ଏହା ପ୍ରଭାବିତ କରିପାରେ ବୋଲି ସାଧାରଣ ଲୋକେ ପ୍ରତିକ୍ରିୟା ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ