Masthead

ଶୋଇଥିବାବେଳେ ଫାର୍ମ ହାଉସ ମାଲିକଙ୍କୁ ଗୁଳିକରି ହତ୍ୟା 

ଢେଙ୍କାନାଳ (ବଡ଼ ଖବର ବ୍ୟୁରୋ): ଢେଙ୍କାନାଳ ସଦର ଥାନା ଫାସିଗାଁ ଗ୍ରାମ ନିକଟ ଫାର୍ମ ହାଉସରେ ଗୁଳିକାଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ କଳାଙ୍ଗ ଚାକୁଣ୍ଡାନାଳୀ ଗ୍ରାମର ଗୋବିନ୍ଦଚନ୍ଦ୍ର ନାଏକ ଫାସିଙ୍ଗା ଶିବମନ୍ଦିର ନିକଟ ନିଜ ଫାର୍ମ ହାଉସରେ ଗତ ରାତିରେ ସୋଇଥିବା ବେଳେ ଫାର୍ମ ହାଉସକୁ କେହି ଦୃର୍ବୁତ୍ତ ଆସି ଟର୍ଚ୍ଚ ମାରିଥିଲେ ।  ଏହା ଦେଖି ଗୋବିନ୍ଦ ପାଟି କରିବାରୁ ଦୃର୍ବୁତ୍ତମାନେ ଗୁଳି କରିଥିଲେ ।

ଯାହାଦ୍ୱାରା ଗୋବିନ୍ଦ ଗୁରୁତର ଭାବେ ଉଦ୍ଧାର ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଏନେଇ ସଦରଥାନା ପୋଲିସ ତଦନ୍ତ ଜାରି ରଖିଛି। ତେବେ ହତ୍ୟାକାଣ୍ଡ ନେଇ ଅନେକ କଥା ଶୁଣିବାକୁ ମିଳୁଛି ।  ଠିକାଦାରୀ କାମକୁ ନେଇ ହତ୍ୟାକାଣ୍ଡ ହୋଇଥାଇପାରେ କିମ୍ବା ରାଜନୈତିକ ଶତ୍ରୁତା ପାଇଁ ମଧ୍ୟ ହତ୍ୟା ହୋଇଥାଇ ପାରେ ବୋଲି ଆଲୋଚନା ମଧ୍ୟ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ