ପାସପୋର୍ଟ ନାହିଁ ତ ଅସୁବିଧା ନାହିଁ, ଭର୍ଚୁଆଲରେ ପାକିସ୍ତାନ ଝିଅକୁ ବିବାହ କଲେ ଯୋଧପୁର ପୁଅ

ଯୋଧପୁର (ବଡ଼ ଖବର ବ୍ୟୁରୋ): ସଚିନ-ସୀମାଙ୍କ ପ୍ରେମ କହାଣୀ କିଛିଦିନ ହେବ ବେଶ ଚର୍ଚ୍ଚାରେ ରହିଛି । ଏହି ଚର୍ଚ୍ଚା ଥମିନଥିବାବେଳେ ଆସିଛି ପୁଣି ଏକ ସୀମା ପାର ପ୍ରେମ କାହାଣୀ । ଏଥର ଏହା ସୀମା ପାର କରି ନୁହେଁ, ବରଂ ଭର୍ଚୁଆଲରେ ବିବାହ ହୋଇଛି । ବଧୂ ସାଜିଛନ୍ତି ପାକିସ୍ତାନ କରାଚିର ଝିଅ ଅମିନା । ଆଉ ବର ରାଜସ୍ଥାନ ଯୋଧପୁରର ଅରବାଜ । ଏବେ ଏ ଦୁହେଁ ଭର୍ଚୁଆଲରେ ବିବାହ କରିଛନ୍ତି । ରାଜସ୍ଥାନର ଯୋଧପୁରରେ ରହୁଥିବା ଅରବାଜ ପାକିସ୍ତାନର ଝିଅ ଅମିନାଙ୍କ ସହ ଭର୍ଚୁଆଲ ଭାବେ ବିବାହ କରିଛନ୍ତି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି ବିବାହ ବୁଧବାର ରାତିରେ ସମ୍ପନ୍ନ ହୋଇଛି।

ଉଭୟ ଭାରତ ଓ ପାକିସ୍ତାନର କାଜିମାନେ ଉଭୟଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ଉପସ୍ଥିତିରେ ଏହି ନିକାହ ସମ୍ପନ୍ନ କରିଥିଲେ। ସମ୍ପର୍କୀୟମାନେ ଦେଖିବା ପାଇଁ ଏଲ୍‌ଇଡି ପରଦାରେ ନିକାହ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। ସିଭିଲ କଣ୍ଟ୍ରାକ୍ଟର ମହମ୍ମଦ ଆଫଜଲଙ୍କ ସାନପୁଅ ଅରବାଜ କହିଛନ୍ତି, ନବବଧୂକୁ ଭାରତ ଆଣିବା ପାଇଁ ସେମାନେ ଖୁବ୍‌ଶୀଘ୍ର ଭିସା ଲାଗି ଆବେଦନ କରିବେ। ତାଙ୍କ ସମ୍ପର୍କୀୟମାନେ ପାକିସ୍ତାନରେ ଅଛନ୍ତି। ଏହା ଏକ ଆରେଞ୍ଜ ମ୍ୟାରେଜ ।

ଯେଉଁଥିରେ ଉଭୟ ପରିବାର ଓ ସମ୍ପର୍କୀୟମାନଙ୍କର ସହମତି ଅଛି। ଦୁଇ ଦେଶର ସମ୍ପର୍କ ଭଲ ନ ଥିବାରୁ ସେମାନେ ଭିସା ଯୋଗାଡ଼ କରିବାକୁ ବିଫଳ ହେଲେ। ସେଥିପାଇଁ ଅନ୍‌ଲାଇନରେ ବିବାହ କରିବାକୁ ପଡ଼ିଲା। ଭିସା ହାସଲ ପାଇଁ କିଛି ସମୟ ଲାଗିବ। ଯଦି ସେମାନେ ପାକିସ୍ତାନରେ ବିବାହ କରିଥାନ୍ତେ ତେବେ ଭାରତ ତାହାକୁ ଆଇନଗତ ସ୍ବୀକୃତି ଦେଇ ନ ଥାନ୍ତା। ଅନ୍‌ଲାଇନରେ ହେଉ ପଛେ ଭାରତରେ ବିବାହ ହୋଇଥିବାରୁ ଭାରତ ଭିସା ଦେବ ବୋଲି ସେମାନେ ଆଶା କରୁଥିବା କହିଛନ୍ତି ଅରବାଜ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ