ଡେଙ୍ଗୁ ଆତଙ୍କ

(ବଡ଼ ଖବର ବ୍ୟୁରୋ): ଡେଙ୍ଗୁ ଆତଙ୍କ । ଉତ୍ତରପ୍ରଦେଶ ସମେତ ୫ ରାଜ୍ୟରେ ଡେଙ୍ଗୁ ଓ ଭାଇରାଲ୍‌ ଜ୍ବରର ଭୟ ଦେଖିବାକୁ ମିଳିଛି । ହରିୟାଣାରେ ଡେଙ୍ଗୁକୁ ନେଇ ବଢୁଛି ଚିନ୍ତା । ଉତ୍ତରପ୍ରଦେଶ ପରେ ଏବେ ପୁଣି ହରିୟାଣାରେ ଡେଙ୍ଗୁ ଏବଂ ଅଜଣା ଜର ଯୋଗୁଁ ୨୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ‌ହୋଇଛି। ହରିୟାଣା ପଲୱଲ୍‌ ଜିଲ୍ଲାର ଚିଲ୍ଲି ଗ୍ରାମରେ ଅନେକ ଶିଶୁ ଅସୁସ୍ଥ ‌ହୋଇପଡ଼ିଛନ୍ତି। ଗ୍ରାମର ୮ ଜଣ ଶିଶୁଙ୍କର ପ୍ରବଳ ଜ୍ବର ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ମୃତ ଶିଶୁଙ୍କ ଅଭିଭାବକ ଦାବି କରିଛନ୍ତି ଯେ,ଡେଙ୍ଗୁ ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କିଛି ସ୍ପଷ୍ଟ କରିନାହିଁ। ଚିଲ୍ଲି ଗ୍ରାମରେ ୫୦ରୁ ୬୦ ଜଣ ଶିଶୁ ଜ୍ବରରେ ପଡ଼ିଛନ୍ତି। କିଛି ଶିଶୁ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ସ୍ବାସ୍ଥ୍ୟ ବିଭାଗ ଚିଲ୍ଳି ଗ୍ରାମକୁ ଏକ ଟିମ୍‌ ପଠାଇଛନ୍ତି। ଘରକୁ ଘର ବୁଲି ଛୋଟ ପିଲାମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’