Masthead

ଡେଙ୍ଗୁ ଆତଙ୍କ

(ବଡ଼ ଖବର ବ୍ୟୁରୋ): ଡେଙ୍ଗୁ ଆତଙ୍କ । ଉତ୍ତରପ୍ରଦେଶ ସମେତ ୫ ରାଜ୍ୟରେ ଡେଙ୍ଗୁ ଓ ଭାଇରାଲ୍‌ ଜ୍ବରର ଭୟ ଦେଖିବାକୁ ମିଳିଛି । ହରିୟାଣାରେ ଡେଙ୍ଗୁକୁ ନେଇ ବଢୁଛି ଚିନ୍ତା । ଉତ୍ତରପ୍ରଦେଶ ପରେ ଏବେ ପୁଣି ହରିୟାଣାରେ ଡେଙ୍ଗୁ ଏବଂ ଅଜଣା ଜର ଯୋଗୁଁ ୨୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ‌ହୋଇଛି। ହରିୟାଣା ପଲୱଲ୍‌ ଜିଲ୍ଲାର ଚିଲ୍ଲି ଗ୍ରାମରେ ଅନେକ ଶିଶୁ ଅସୁସ୍ଥ ‌ହୋଇପଡ଼ିଛନ୍ତି। ଗ୍ରାମର ୮ ଜଣ ଶିଶୁଙ୍କର ପ୍ରବଳ ଜ୍ବର ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ମୃତ ଶିଶୁଙ୍କ ଅଭିଭାବକ ଦାବି କରିଛନ୍ତି ଯେ,ଡେଙ୍ଗୁ ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କିଛି ସ୍ପଷ୍ଟ କରିନାହିଁ। ଚିଲ୍ଲି ଗ୍ରାମରେ ୫୦ରୁ ୬୦ ଜଣ ଶିଶୁ ଜ୍ବରରେ ପଡ଼ିଛନ୍ତି। କିଛି ଶିଶୁ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ସ୍ବାସ୍ଥ୍ୟ ବିଭାଗ ଚିଲ୍ଳି ଗ୍ରାମକୁ ଏକ ଟିମ୍‌ ପଠାଇଛନ୍ତି। ଘରକୁ ଘର ବୁଲି ଛୋଟ ପିଲାମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ