Masthead

ଶଙ୍ଖ ଧରିବେ ପ୍ରଦୀପ !

ଭୁବନେଶ୍ୱର(ବଡ଼ ଖବର ପ୍ରତିନିଧି): ପ୍ରଦୀପ ମାଝୀଙ୍କୁ ନେଇ ବଢୁଛି ସସପେନ୍ସ । କଂଗ୍ରେସର ହାତ ଛାଡିବେ କି ପ୍ରଦୀପ? ଧୀରେ ଧୀରେ ଏଭଳି ରାଜନୈତିକ ଚର୍ଚ୍ଚାକୁ ମିଳୁଛି ବଳ । ହାତ ଛାଡି ପ୍ରଦୀପ ମାଝୀ ଶଙ୍ଖ ଶିବିରକୁ ଡିଆଁ ମାରିପାରନ୍ତି । କଂଗ୍ରେସର ଅନ୍ଦର ମହଲରେ ଏହାକୁ ନେଇ ଚର୍ଚ୍ଚା ଜୋର । ସେପଟେ ଦଳର ପଲିଟିକାଲ କରିଡରରେ ପ୍ରଦୀପଙ୍କୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା । କଂଗ୍ରେସକୁ ଖୁବଶୀଘ୍ର ଗୁଡବାଏ କରି ପାରନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ।

ପିପିଲି ବାଜିକୁ ନେଇ କଂଗ୍ରେସ ଭବନରେ ବସିଥିଲା ସମନ୍ୱୟ କମିଟିର ଗରୁତ୍ୱପୂର୍ଣ୍ଣ ବୈଠକ । ଏହି ରୁଦ୍ଧଦ୍ୱାରା ବୈଠକକୁ ସମସ୍ତେ ଆସିଲେ । କିନ୍ତୁ ନବରଙ୍ଗପୁର ସାଂସଦ ତଥା ପିସିସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ବୟକଟ କଲେ । ସବୁଠାରୁ ବଡ଼ କଥା ପିପିଲି ଉପ ନିର୍ବାଚନ ପ୍ରଚାର ପାଇଁ କଂଗ୍ରେସ ଯେଉଁ କମିଟି କରିଛି, ପ୍ରଦୀପ ସେହି କମିଟିର ଉପ ସଭାପତି । କୁହାଯାଉଛି ବିଜେଡି ହାତ ଧରିବା ସମୟ ପାଖେଇ ଆସିଲାଣି । ତେଣୁ ହାତ ଭବନରୁ ଦୂରେଇ ରହିଲେ ପ୍ରଦୀପ । କିନ୍ତୁ ପିପିଲି ଉପ ନିର୍ବାଚନ ସମନ୍ୱୟ କମିଟିର ସଭାପତି ଚିରଞ୍ଜବୀ ବିଶ୍ୱାଳ ଏହାକୁ ନେଇ ଭିନ୍ନ ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ପ୍ରଦୀପ ସୋମବାରଠାରୁ ପ୍ରଚାରରେ ଯୋଗଦେବେ । ତେବେ ଦଳ ଛାଡିବା ପ୍ରସଙ୍ଗରେ ଚିରଞ୍ଜବୀ କହିଛନ୍ତି, ଯିଏ ଦଳ ଛାଡିବା କଥା ଛାଡନ୍ତୁ । କଂଗ୍ରେସକୁ କିଛି ଫରକ ପଡିବନି । ଅଭିଭକ୍ତ କୋରାପୁଟ କଂଗ୍ରେସରେ ଜାରି ରହିଛି ହଲଚଲ ।

କିଛିଦିନ ତଳେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା ଏବଂ ବିଧାୟକ ତାରାପ୍ରସାଦ ବହିନୀପତିଙ୍କ ମଧ୍ୟରେ ଥିବା ବିବାଦ କଂଗ୍ରେସକୁ ଅକଲରେ ପକାଇଥିଲା । ସେହିପରି କଂଗ୍ରେସର ପୂର୍ବତନ ବିଧାୟକ କୈଳାସ କୁଲେଶିକା ଏବଂ ତାରାଙ୍କ ମଧ୍ୟରେ ବିବାଦ ଦଳକୁ ଏକ ପ୍ରକାର ଦୁଇଭାଗ କରି ଦେଇଥିଲା । ଏପରକିି କଂଗ୍ରେସର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ହାତଛାଡି ବିଜେଡିର ହାତ ଧରି ସାରିଛନ୍ତି । କଂଗ୍ରେସର ଜଣଙ୍କ ପରେ ଜଣେ ହେଭିୱେଟ ଯେଭଳି ଢଙ୍ଗରେ ହାତ ଛାଡୁଛନ୍ତି, ତାହା ଏବେ କଂଗ୍ରେସର ଚିନ୍ତା ବଢାଇଛି । ଆଗକୁ ପିପିଲି ଉପ ନିର୍ବାଚନ । ପରେ ପରେ ପଞ୍ଚାୟତ ଏବଂ ପୌର ଭୋଟ । ଏପରି ସମୟରେ ଦଳୀୟ ନେତା କଂଗ୍ରେସ ଛାଡିବା ପିପିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଉଠିଛି ପ୍ରଶ୍ନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା