Masthead

ଅଥୟ କଲାଣି ଭାଇରାଲ ଭିଡିଓ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଭାଇରାଲ ଭିଡିଓ ଅଥୟ କଲାଣି । ବିଶେଷ କରି ବଳାତ୍କାର ଭିଡିଓ ପୋଲିସ ପାଇଁ ଚିନ୍ତାର କାରଣ ହୋଇଛି । ଏହାକୁ ରୋକିବା ଓ ଅଭିଯୁକ୍ତଙ୍କ ବିରୋଧରେ କଡା ଅଭିମୁଖ୍ୟ ଗ୍ରହଣ କରିବାକୁ ପୋଲିସ ଡିଜି ଅଭୟ ଆଜି ରାଜ୍ୟର ସମସ୍ତ ଏସପି, ରେଞ୍ଜ ଆଇଜି ଓ ଡିଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭିଡିଓ କନଫେରେନ୍ସିଂ ମାଧ୍ୟମରେ ସେ ସମସ୍ତ ଏସପି, ରେଞ୍ଜ ଆଇଜି ଓ ଡିଆଇଜିଙ୍କ ସହ ଆଲୋଚନା କରିଛନ୍ତି । ଡିଜି ବିଭିନ୍ନ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ବେଳେ ଭାଇରାଲ୍ ଭିଡ଼ିଓ ଉପରେ ଅଧିକ ଫୋକସ୍ କରିଥିଲେ । ଭାଇରାଲ ଭିଡିଓ ଉପରେ ତଦନ୍ତ କରି ତୁରନ୍ତ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ଥାନାରେ ସିସିଟିଭି ଲଗାଇବାକୁ ମଧ୍ୟ ଡିଜି କହିଥିଲେ । କରୋନାରେ ଆକ୍ରାନ୍ତ ପୋଲିସ କର୍ମଚାରୀଙ୍କ ଚିକିତ୍ସା କିପରି ତୁରନ୍ତ ହୋଇପାରିବ ସେଥିପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ । ଶାନ୍ତିଶୃଙ୍ଖଳା ସହ ଦୁର୍ଗାପୂଜା କିପରି ସମାପନ କରାଯିବ ତାହା ଉପରେ ମଧ୍ୟ ଆଲୋଚନା କରିଥିଲେ ।

ଆଜି ଅନ୍ୟ ଏକ ମିଟିଂ ୧ ଟା’ରୁ ୧.୪୫ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଆୟୋଜିତ ଏହି ମିଟିଂରେ କଟକ-ଭୁବନେଶ୍ୱର କମିଶନରେଟ ପୋଲିସ, କଟକ-ଭୁବନେଶ୍ୱରର ଅତିରିକ୍ତ ପୋଲିସ କମିଶନର, ଭୁବନେଶ୍ୱର ଏବଂ କଟକ ଡିସିପିଙ୍କ ସମେତ ଭୁବନେଶ୍ୱର ଟ୍ରାଫିକ ଡିସିପି ଯୋଗଦେଇଥିଲେ । ଏହି ମିଟିଂରେ ମଧ୍ୟ ଭାଇରାଲ ଭିଡିଓ ସଂପର୍କରେ ଆଲୋଚନା ହୋଇଥିଲା । ମୋ ସାରକାରର ଅର୍ଥରାଶି ବିନିଯୋଗ, ଇ-ଅଭିଯୋଗ ପ୍ରଭୃତି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଡିଜି ଆଲୋଚନା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି