Masthead

ମୁହଁ ଖୋଲିଲେ ସାଂସଦ ଧୀରଜ ସାହୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଇଟି ରେଡ୍ରେ ମିଳିଥିବା ୩୫୦ କୋଟିରୁ ଅଧିକ ନଗଦ ଟଙ୍କା ନେଇ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଏହା ମୋର ଟଙ୍କା ନୁହେଁ ଏବଂ କଂଗ୍ରେସର ଏହା ସହିତ କୌଣସି ସମ୍ପର୍କ ନାହିଁ । ସେ କହିଛନ୍ତି ଯେ ଉଦ୍ଧାର ହୋଇଥିବା ଅର୍ଥରେ କଂଗ୍ରେସ କିମ୍ବା ଅନ୍ୟ କୌଣସି ବିରୋଧୀ ଦଳର ଟଙ୍କା ନୁହେଁ । ତାଙ୍କୁ ଅନାବଶ୍ୟକ ଭାବେ ବଦନାମ କରିବାକୁ ଚେଷ୍ଟା କରାଯାଉଛି।

 

ଧୀରଜ ସାହୁ କହିଛନ୍ତି ଯେ ଏହା ମୋର ପରିବାରର ଟଙ୍କା । ଆମ ପରିବାର ବହୁତ ବଡ ତେଣୁ ଏହି ଟଙ୍କା ସେମାନଙ୍କର ଅଟେ । ବର୍ତ୍ତମାନ ସୁଦ୍ଧା, ଏହି ଅର୍ଥ ବେଆଇନ ବୋଲି ଆୟକର ବିଭାଗ କହିନାହିଁ। ମୁଁ ପ୍ରାୟ ତିନି ଦଶନ୍ଧୀରୁ ଅଧିକ ହେଲା ରାଜନୀତିରେ ଅଛି । ଆମର ଏକ ଯୌଥ ପରିବାର । ମୋର ପରିବାର ସମସ୍ତେ ବ୍ୟବସାୟ କରନ୍ତି । ମୁଁ କିନ୍ତୁ ଦୀର୍ଘ ବର୍ଷ ହେଲା ବ୍ୟବସାୟ ସହ ଜଡିତ ନାହିଁ । ଆମର ବ୍ୟବସାୟ ବହୁ ବର୍ଷ ହେଲା ଚାଲିଛି । ଆମେ ଯାହା ବି ବ୍ୟବସାୟ କରୁଛୁ ସବୁ ଆଇନ ଅନୁସାରେ, ଏଥିରେ କୌଣସି ବେଆଇନ କାମ ହେଉନାହିଁ । କିନ୍ତୁ ବର୍ତ୍ତମାନ ଯେଉଁ ସବୁ ଘଟଣା ଘଟୁଛି ତାହା ମତେ ବହୁତ ଦୁଃଖ ଦେଉଛି। ଓଡିଶାରୁ ଶହ ଶହ କୋଟି ଟଙ୍କା ଜବତ ଘଟଣା ପରେ ଆଜି ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି କଂଗ୍ରେସର ରାଜ୍ୟସଭା ସାଂସଦ ତଥା ଝାଡଖଣ୍ଡ ବ୍ୟବସାୟୀ ଧୀରଜ ସାହୁ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ