Masthead

ନିର୍ବାଚନ ପୂର୍ବରୁ ଇଡି ସ୍କାନରରେ ଭୂପେଶ ବାଘେଲ

ଛତିଶଗଡ଼(ବଡ଼ ଖବର ବ୍ୟୁରୋ): ଭୋଟ୍‌ ପୂର୍ବରୁ ଅଡ଼ୁଆରେ ଭୂପେଶ ବାଘେଲ । ବେଟିଂ ଆପରୁ ନେଇଛନ୍ତି ୫୦୮ କୋଟି ଟଙ୍କା । ଆସନ୍ତା ୭ ତାରିଖରେ ଛତିଶଗଡ଼ ବିଧାନସଭା ପାଇଁ ପ୍ରଥମ ପର୍ୟ୍ୟାୟ ଭୋଟିଂ ହେବ। ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସ୍କାନରକୁ ଆସିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ମହାଦେବ ବେଟିଂ ଆପ୍ ମାମଲାରେ ସେ ଇଡି ନଜରକୁ ଆସିଛନ୍ତି। ଇଡିର ସୂଚନା ଅନୁସାରେ, ଜଣେ ବ୍ୟକ୍ତିକୁ ୫ କୋଟି ଟଙ୍କା ସହିତ କିଛି ଦିନ ତଳେ ଗିରଫ କରାଯାଇଥିଲା। ସେହି ବ୍ୟକ୍ତିର କହିବା ଅନୁସାରେ ବଘେଲଙ୍କୁ ମହାଦେବ ବେଟିଂ ଆପ୍‌ର ପ୍ରମୋଟର ୫୦୮ କୋଟି ଟଙ୍କା ଦେଇଛନ୍ତି। ତା’ପାଖରୁ ଜବତ ହୋଇଥିବା ୫ କୋଟି ଟଙ୍କା ମଧ୍ୟ ବଘେଲ ନାମକ ଜଣେ ବ୍ୟକ୍ତିଙ୍କୁ ଦେବାର ଥିଲା। ନିର୍ବାଚନରେ ଏହି ଟଙ୍କା ଖର୍ଚ୍ଚ ହେବାର ଥିଲା ବୋଲି ସେହି ବ୍ୟକ୍ତି ଜଣକ କହିଛି। ଗୁରୁବାର ଭିଲାଇରେ ସେହି ବ୍ୟକ୍ତିକୁ ଧରିଥିଲା ଇଡି। ସେ ୟୁଏଇରୁ ଆସିଥିବା ଜଣାପଡ଼ିଛି। ମହାଦେବ ବେଟିଂ ଆପ କୋଟି କୋଟି ଟଙ୍କା ଠକେଇ କରିଥିବା ବେଳେ ଇଡି ଏହାର ତଦନ୍ତ କରୁଛି। ଏହି ଘଟଣାରେ ୪ ଜଣ ଗିରଫ ହୋଇଥିବା ବେଳେ ୪୫୦ କୋଟି ଟଙ୍କା ଜବତ କରିଛି। ସେହିପରି ୧୪ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ