ସରକାର ଗଡ଼ାଇଦେଲା ସଫ୍ଟୱେର?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବର୍ତ୍ତମାନ ସମୟରେ ଗୋଟିଏ ପରେ ଗୋଟିଏ ଗୁମର ପେଗାସେସକୁ ନେଇ ଭାରତରେ ଖୋଲିବାରେ ଲାଗିଲାଣି । ଆପଣଙ୍କର ମନେ ଥିଲ ୨୦୧୯ ଜୁଲାଇରେ କର୍ଣ୍ଣାଟକରେ କୁମାରସ୍ୱାମୀ ସରକାରର ପତନ ହୋଇଥିଲା । ଆଉ ତଥ୍ୟ ଏୟା ଆସୁଛି ଯେ ସରକାର ପତନରେ ଇସ୍ରାଏଲ ଏନଏସଓ ଗ୍ରୁପୁ ପେଗାସେସର ଏହି ଆପକୁ ବ୍ୟବହାର କରିଥିଲା । ତତକାଳୀନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀଙ୍କ ବ୍ୟକ୍ତିଗତ ସଚିବ ସତିଶ, ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ସଚିବ ଭେଙ୍କଟେଶ୍ୱରଙ୍କ ମୋବାଇଲେ ଏହି ସଫ୍ଟୱେରକୁ ଇନଷ୍ଟଲ କରଯାଇଥିଲା । ସେମାନଙ୍କର ପ୍ରତିଟି କଥା ଏବଂ କାର୍ଯ୍ୟକଳାପକୁ ଏହି ଆପ ଜରିଆରେ ନଜର ରଖାଯାଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ ଜେଡିଏସ- କଂଗ୍ରେସ ମେଣ୍ଟ ସରକାରର ପତନରେ ଏହା ପ୍ରମୁଖ ଭୂମିକା ନେବା ସହ ବିଜେପି ସରକାରକୁ ଫେରିଥିଲା । ବିଏସ ୟୁଦୁରପ୍ପା ଏହା ପରେ ସରକାର ଗଠନ କରିଥିଲେ । ୨ ବର୍ଷ ତଳେ ମେଣ୍ଟ ସରକାର ପତନ ବେଳେ ଜଡିତ ଥିବ ବ୍ୟକ୍ତିଙ୍କ ଫୋନ ଗୁଡ଼ିକ ପେଗାସେସ ଦ୍ୱାର ହ୍ୱାକ ହୋଇଥିଲା । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କୁମାରସ୍ୱାମୀ ନିଜ ସରକାରଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ ଚଳାଇଥିବା ବେଳେ କିଛି ନିଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ନମ୍ବରକୁ ହ୍ୟାକ ପାଇଁ ଚିହ୍ନଟ କରାଯାଇଥିଲା । ସେତେବେଳେ ଶାସକ ଦଳର ୧୭ ବିଧାୟକ ଇସ୍ତଫା ଦେବା ପରେ ସରକାର ଆସ୍ଥା ଭୋଟର ସାମ୍ନା କରିଥିଲେ କିନ୍ତୁ ଏଥିରେ ବିଫଳ ହେବାରୁ ସରକାରର ପତନ ହୋଇଥିଲା । ବିଧାୟକ ମାନେ ମୁମ୍ବାଇର ଏକ ହୋଟେଲରେ ଦୀର୍ଘ ସମୟ ଧରି ରହିଥିଲେ ।

କଂଗ୍ରେସ ନେତା ଡି ଶିବକୁମାର ସେମାନଙ୍କୁ ଭେଟିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ । ପରେ ଯେତେବେଳେ ବିଜେପି ସରକାର ଗଢିଲା ଏସମସ୍ତ ବିଧାୟକ ବିଜେପିରେ ସାମିଲ ହୋଇଥିଲେ । ଭାଜପା ଟିକଟରେ ସେମାନେ ପୁଣି ବିଜୟୀ ହୋଇ ପରେ କିଛି ଜଣ ମନ୍ତ୍ରୀପଦ ପାଇଥିଲେ । ଫ୍ରାନ୍ସର ଫରବିଡେନ ଷ୍ଟୋରିଜ ଗଣମାଧ୍ୟମ ସଂସ୍ଥା ହାଜରେ ଲାଗିଥିବା ଡାଟାବେସରୁ ଏହି ସମସ୍ତ ନମ୍ବର ପ୍ରଘଟ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’