Masthead

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦିଗହରା

ପଦ୍ମପୁର(ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦିଗହରା । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଚିଖିଲି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦିଗହରା ହୋଇଛି । ଦୁଇ ମହଲା କୋଠାଘର ଥିବା ଲୋକ ଦୁଇଥର ଆବାସ ଯୋଜନାରେ ଉପକୃତ ହୋଇଥିବା ବେଳେ ଯୋଗ୍ୟ ହିତାଧିକାରୀ ବାଦ୍ ପଡୁଛନ୍ତି । ୨୦୧୯ – ୨୦ ଓ ୨୦୨୦ – ୨୧ରେ ଚିଖିଲି ଗ୍ରାମ ର ଅଶ୍ୱିନି ଦାସ ଆବାସ ଯୋଜନାରେ କାର୍ୟ୍ୟାଦେଶ ପାଇଥିଲେ । ମାତ୍ର ସେ ଘର ତିଆରି କରିନଥିଲେ । କିନ୍ତୁ ବ୍ୟାଙ୍କରୁ ସମସ୍ତ ଟଙ୍କା ଉଠାଇନେଇଥିଲେ ।

ଅଶ୍ୱିନି ଦାସଙ୍କର ଦୁଇ ମହଲା ଘର ଥିବା ବେଳେ ପୁର୍ବରୁ ପ୍ରଧାମନ୍ତ୍ରୀ ଆବାସ ଘର ପାଇସାରିଛନ୍ତି । ସରପଞ୍ଚଙ୍କ ଅଭିଯୋଗକୁ ଭିତ୍ତିକରି ବିଡିଓ ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ଗୁଦେରପାଲି ପଞ୍ଚାୟତ ବେହେରା ବାହାଲି ଗ୍ରାମର ବାଲମତି ପଧାନ ଅନ୍ୟ ଲୋକର ଗୋରୁ ଗୁହାଳରେ ନିଜ ରୋଗା ଗ୍ରସ୍ତ ସ୍ଵାମୀ ଙ୍କ ସହ ରହୁଥିଲେ ମଧ୍ୟ ତାଙ୍କୁ ଆବାସ ଯୋଜନାରୁ ସୁଫଳ ମିଳୁନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୦୫ ବର୍ଷ ବୟସରେ ମିଳିଲା ବଡ ଆଶ୍ୱସ୍ତି 🔴 ରତ୍ନଭଣ୍ଡାର ଗଣିତ ପ୍ରକ୍ରିୟା, ଆସନ୍ତା ୩୧ ଓ ସେପ୍ଟେମ୍ବର ୧ରେ 🔴 କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ଆଜି ବିଶ୍ୱ ଦୌଡକୁଦ ଲଢ଼େଇ 🔴 ପୁଣି ୧ନଂ ହାଟରେ ନିଆଁ 🔴 ୨୮ରେ ମିଳିବ ସୁଭଦ୍ରା ଟଙ୍କା 🔴 ଗଛ ମୂଳେ ଚାଲିଛି କୁନି କୁନି ଶିଶୁଙ୍କ ଭବିଷ୍ୟତ 🔴 ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ପରଲୋକ 🔴 ଭିଜିଲାନ୍ସର ଖୋଳତାଡ଼, ଫସିବେ ବାବୁ 🔴 ସ୍ୱାମୀ ଲକ୍ଷଣାନନ୍ଦଙ୍କ ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ 🔴 ପୁଣି ବଢ଼ିବ ବର୍ଷା! 🔴 ୧୦୫ ବର୍ଷ ବୟସରେ ମିଳିଲା ବଡ ଆଶ୍ୱସ୍ତି 🔴 ରତ୍ନଭଣ୍ଡାର ଗଣିତ ପ୍ରକ୍ରିୟା, ଆସନ୍ତା ୩୧ ଓ ସେପ୍ଟେମ୍ବର ୧ରେ 🔴 କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ଆଜି ବିଶ୍ୱ ଦୌଡକୁଦ ଲଢ଼େଇ 🔴 ପୁଣି ୧ନଂ ହାଟରେ ନିଆଁ 🔴 ୨୮ରେ ମିଳିବ ସୁଭଦ୍ରା ଟଙ୍କା 🔴 ଗଛ ମୂଳେ ଚାଲିଛି କୁନି କୁନି ଶିଶୁଙ୍କ ଭବିଷ୍ୟତ 🔴 ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ପରଲୋକ 🔴 ଭିଜିଲାନ୍ସର ଖୋଳତାଡ଼, ଫସିବେ ବାବୁ 🔴 ସ୍ୱାମୀ ଲକ୍ଷଣାନନ୍ଦଙ୍କ ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ 🔴 ପୁଣି ବଢ଼ିବ ବର୍ଷା!