ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦିଗହରା

ପଦ୍ମପୁର(ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦିଗହରା । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଚିଖିଲି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦିଗହରା ହୋଇଛି । ଦୁଇ ମହଲା କୋଠାଘର ଥିବା ଲୋକ ଦୁଇଥର ଆବାସ ଯୋଜନାରେ ଉପକୃତ ହୋଇଥିବା ବେଳେ ଯୋଗ୍ୟ ହିତାଧିକାରୀ ବାଦ୍ ପଡୁଛନ୍ତି । ୨୦୧୯ – ୨୦ ଓ ୨୦୨୦ – ୨୧ରେ ଚିଖିଲି ଗ୍ରାମ ର ଅଶ୍ୱିନି ଦାସ ଆବାସ ଯୋଜନାରେ କାର୍ୟ୍ୟାଦେଶ ପାଇଥିଲେ । ମାତ୍ର ସେ ଘର ତିଆରି କରିନଥିଲେ । କିନ୍ତୁ ବ୍ୟାଙ୍କରୁ ସମସ୍ତ ଟଙ୍କା ଉଠାଇନେଇଥିଲେ ।

ଅଶ୍ୱିନି ଦାସଙ୍କର ଦୁଇ ମହଲା ଘର ଥିବା ବେଳେ ପୁର୍ବରୁ ପ୍ରଧାମନ୍ତ୍ରୀ ଆବାସ ଘର ପାଇସାରିଛନ୍ତି । ସରପଞ୍ଚଙ୍କ ଅଭିଯୋଗକୁ ଭିତ୍ତିକରି ବିଡିଓ ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ଗୁଦେରପାଲି ପଞ୍ଚାୟତ ବେହେରା ବାହାଲି ଗ୍ରାମର ବାଲମତି ପଧାନ ଅନ୍ୟ ଲୋକର ଗୋରୁ ଗୁହାଳରେ ନିଜ ରୋଗା ଗ୍ରସ୍ତ ସ୍ଵାମୀ ଙ୍କ ସହ ରହୁଥିଲେ ମଧ୍ୟ ତାଙ୍କୁ ଆବାସ ଯୋଜନାରୁ ସୁଫଳ ମିଳୁନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!