Masthead

‘ରାଉରକେଲାରୁ ଦିଲ୍ଲୀପ ପ୍ରାର୍ଥୀ ହେବା ନିଶ୍ଚିତ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଉରକେଲା ଆସନ ପାଇଁ ବିଜେପି ପ୍ରାର୍ଥୀ ହେବେ ଦିଲ୍ଲୀପ ରାୟ । ଦିଲ୍ଲୀପଙ୍କ ପାର୍ଥିତ୍ୱ ଚୂଡ଼ାନ୍ତ କହିଲେ ଜୁଏଲ ଓରାମ । ଦିଲ୍ଲୀପଙ୍କ କୋର୍ଟ ମାମଲାକୁ ଅପେକ୍ଷା କରାଯାଇଥିଲା । ମାମଲା କ୍ଲିୟର ହେବାପରେ ତାଙ୍କ ଟିକେଟ ଘୋଷଣା ହେବ । କାଲି ଭିତରେ ଦିଲ୍ଲୀପଙ୍କ ଟିକେଟ ଘୋଷଣା ହେବ କହିଲେ ଜୁଏଲ । ରାଉରକେଲାରୁ ଦିଲ୍ଲୀପ ପ୍ରାର୍ଥୀ ହେବା ନିଶ୍ଚିତ । କେବଳ ଘୋଷଣା ବାକି ରହିଛି । ତେଣୁ ସେ ବିଦ୍ଧିବଧ ଭାବେ ବିଜେପିରେ ସାମିଲ ହେବା ପରେ ଦଳ ତାଙ୍କୁ ପ୍ରାର୍ଥୀ କରିବ ।

ତଳସରା ନିର୍ବାଚନମଣ୍ଡଳିର ସବଡେଗାରେ ନିର୍ବାଚନୀ ପ୍ରଚାର ବେଳେ ଏହି ସୂଚନା ଦେଇଛନ୍ତି ସାଂସଦ ପ୍ରାର୍ଥୀ ଜୁଏଲ ଓରାମ । ତେବେ ୨୦୧୮ରେ ବିଜେପି ଛାଡ଼ିଥିଲେ ଦିଲ୍ଲୀପ ରାୟ । ଏହି ସମୟରେ ସେ ବିଜେପିର ରାଉରକେଲା ବିଧାୟକ ଥିଲେ । ୧୯୯୯ ମସିହାରେ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ । ଏହି ସମୟରେ କୋଇଲା ଦୁର୍ନୀତି ହୋଇଥିଲା । ପରେ ୨୦୨୦ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତେବେ ସେ କୋର୍ଟର ଦ୍ୱାରସ୍ଥ ହୋଇ ଦୋଷୀ ସାବ୍ୟସ୍ତ ହେବା ଉପରେ ରୋକ ଲଗାଇବା ସହ ନିର୍ବାଚନ ଲଢ଼ିବା ପାଇଁ ଅନୁମତି ପାଇବାରେ ସଫଳ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ