Masthead

ଅଧିନାୟକ ପଦ ଛାଡିଲେ କାର୍ତ୍ତିକ : ଜାଣନ୍ତୁ କିଏ ହେବ ପରବର୍ତ୍ତି  ଅଧିନାୟକ ?

ଦୁବାଇ, (ବଡ଼ ଖବର ବ୍ୟୁରୋ) : ଚଳିତ ବର୍ଷ ଆଇପିଏଲରେ କୋଲକତା ନାଇଟ ରାଇଡର୍ସ ପକ୍ଷରୁ ଅଧିନାୟକ ଭାବେ ଦାୟିତ୍ୱ ତୁଲାଉଥିଲେ ଦିନେଶ କାର୍ତ୍ତିକ । ଆଜି ସେ  ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ୨୦୧୮ରୁ କୋଲକାତା ଅଧିନାୟକ ଭାବେ ଦାୟିତ୍ୱ ତୁଲାଉଥିଲେ । ଗୌତମ ଗମ୍ଭୀର ଦଳ ଛାଡିବା ପରେ ସେ ଦଳର ମଙ୍ଗ ଧରିଥିଲେ । ଚଳିତ ବର୍ଷ ଆଇପିଏଲରେ କାର୍ତ୍ତିକ ୭ଟି ମ୍ୟାଚରେ ନେତୃତ୍ୱ ନେଇଥିଲେ। ସେଥିମଧ୍ୟରୁ ୪ଟି ମ୍ୟାଚ ବିଜୟ ସହ ପଏଣ୍ଟେ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି ।  କାର୍ତ୍ତିକଙ୍କ ସ୍ଥାନରେ ଦଳର ମଙ୍ଗ ଧରିବେ ୨୦୧୯ ବିଶ୍ୱକପ ବିଜେତା ଇଂଲଣ୍ଡ ଦଳର ଅଧିନାୟକ ଇଓନ୍ ମୋର୍ଗାନ । ମୋର୍ଗାନ ଆଇପିଏଲର ଅବଶିଷ୍ଟ ମ୍ୟାଚରେ ଦାୟିତ୍ୱ ତୁଲାଇବେ ।

କାର୍ତ୍ତିକଙ୍କ ଇସ୍ତଫା ପରେ ଦଳ ପକ୍ଷରୁ କୁହାଯାଇଛି, ଆମେ ଭାଗ୍ୟବାନ ଯେ ଦିନେଶଙ୍କ ପରି ଅଧିନାୟକ ପାଇଥିଲୁ । ଯିଏ ସର୍ବଦା ଦଳକୁ ପ୍ରଥମ ସ୍ଥାନରେ ରଖୁଥିଲେ । ଏପରି ନିଷ୍ପତି ନେବାକୁ ବହୁତ ସାହସ ଦରକାର । ତାଙ୍କ ନିଷ୍ପତିରେ ଆମେ ଆଶ୍ଚର୍ୟ୍ୟ ହୋଇଯାଇଥିବା ବେଳେ ତାଙ୍କ ଇଚ୍ଛାକୁ ଆମେ ସମ୍ମାନ ଦେଉଛୁ ବୋଲି କେକେଆର ସିଇଓ ଭେଙ୍କି ମାଇସୋର କହିଛନ୍ତି । ଆମେ ମଧ୍ୟ ଭାଗ୍ୟବାନ ଯେ ୨୦୧୯ ବିଶ୍ୱକପ ବିଜେତା ଅଧିନାୟକ ଇଓନ୍ ମୋର୍ଗାନ୍ ଦଳକୁ ଆଗକୁ ନେବାକୁ ଆଗ୍ରହୀ ଅଟନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଡି.କେ ଏବଂ ଇଓନ୍ ଚମତ୍କାର ଭାବରେ କାର୍ଯ୍ୟ କରିଛନ୍ତି ଏବଂ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରିବେ ବୋଲି କେକେଆରର ସିଇଓ ଭେଙ୍କି ମାଇସୋର କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ