Masthead

ତିନି ଦିନ ହେଲାଣି ଖାଡ଼ା ଉପାସରେ ମହାପ୍ରଭୁ ଲିଙ୍ଗରାଜ, ଆଜି ବାହାରିପାରେ ବିବାଦର ସମାଧାନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜିକୁ ତିନି ଦିନ ହୋଇଗଲାଣି ଖାଡ଼ା ଉପାସରେ ମହାପ୍ରଭୁ ଲିଙ୍ଗରାଜ । ବିବାଦ ଛିଡୁ ନଥିବାରୁ ଠାକୁରଙ୍କ ହୋଇପାରୁନି ନିତିକାନ୍ତି । ତେବେ ଆଜି ବିବାଦର ସମାଧାନ ହେବା ନେଇ ଆଶା ରଖିଛନ୍ତି ସେବାୟତ ଓ ମନ୍ଦିର ପ୍ରଶାସନ । ଏନେଇ ଅତିରିକ୍ତ ଦେବୋତର କମିଶନର ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ତଥା ଅତିରିକ୍ତ ଜିଲ୍ଲାପାଳଙ୍କୁ ଲିଖିତ ନିର୍ଦ୍ଦେଶ ଦେଇଛନ୍ତି । ତେବେ କୌଣସି ପକ୍ଷ ରାଜି ନହେଲେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବା ସହ ପୁରୁଣା ବିବାଦ ଓ ନୀତିକାନ୍ତି ବନ୍ଦ ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦେବୋତର କମିଶନର ।

ବୁଧବାର ମଙ୍ଗଳ ଆଳତୀ ପରଠାରୁ ଆଉ ଠାକୁରଙ୍କର ନୀତିକାନ୍ତି ହୋଇନଥିଲା କି ଭୋଗ ମଧ୍ୟ ହୋଇନଥିଲା । ଲିଙ୍ଗରାଜଙ୍କ ୨ ଏକର ଜମିରେ ବଡୁ ନିଯୋଗ ପକ୍ଷରୁ ଚାଲିଥିବା ଦୋକାନଘର ନିର୍ମାଣକୁ ବିରୋଧ କରି ସେବା କରୁନାହାନ୍ତି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ । ସବୁ ବେବନ୍ଦୋବସ୍ତ ଜମି ଶ୍ରୀ ଲିଙ୍ଗରାଜଙ୍କ ଖାତାକୁ ଫେରୁଥିବା ବେଳେ ବଡୁ ନିଯୋଗ ଦ୍ୱାରା ନିର୍ମାଣାଧୀନ ଦୋକାନ ଘରକୁ ସମ୍ପୂର୍ଣ୍ଣ କରିବାକୁ କେମିତି ହାଇକୋର୍ଟରୁ ଅନୁମତି ମିଳିଲା ବୋଲି ପ୍ରଶ୍ନ କରିଛନ୍ତି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ।

ପୂର୍ବରୁ ଏହାକୁ ଅନ୍ୟ ନିଯୋଗ ଚ୍ୟାଲେଂଜ କରିବା ଫଳରେ ଦୋକାନ ଘର ନିର୍ମାଣ କାମ ବନ୍ଦ ରହିଥିଲା । ହେଲେ ହାଇକୋର୍ଟରୁ କିଭଳି ପୁଣି କାମ ଚାଲୁ ପାଇଁ ବଡ଼ୁ ନିଯୋଗ ଅଦେଶ ପାଇଲା ବୋଲି ପ୍ରଶ୍ନ ଉଠାଇଛନ୍ତି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ । ଗତକାଲିଠାରୁ ଉପାସରେ ଅଛନ୍ତି ମହାପ୍ରଭୁ ଲିଙ୍ଗରାଜ । ପ୍ରଶାସନ ନିଦାବିଷ୍ଣୁ ସାଜିଥିବାବେଳେ ଅସନ୍ତୋଷ ଭକ୍ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ