Masthead

ମ୍ୟାଲେରିଆ ଟିକାକୁ ଡବ୍ଲ୍ୟୁଏଚଓର ମଞ୍ଜୁରୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମ୍ୟାଲେରିଆ ନିରାକରଣ ପାଇଁ ପ୍ରସ୍ତୁତ ପ୍ରଥମ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି । ମ୍ୟାଲେରିଆ ବିରୋଧୀ ଲଢ଼େଇରେ ଏହା ଏକ ଐତିହାସିକ ସଫଳତା ବୋଲି ଡବ୍ଲ୍ୟୁଏଚଓ ମହାନିର୍ଦ୍ଦେଶକ କହିଛନ୍ତି । ଆଫ୍ରିକା ମହାଦେଶର ସମସ୍ତ ପିଲାଙ୍କୁ ବିଶ୍ୱର ଏହି ପ୍ରଥମ ମ୍ୟାଲେରିଆ ଟିକା ଦିଆଯିବା ଆବଶ୍ୟକ ବୋଲି ଡବ୍ଲ୍ୟୁଏଚଓ ସୁପାରିସ କରିଛି । ଏହି ଟିକା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି । ମ୍ୟାଲେରିଆରେ ପ୍ରତିବର୍ଷ ୪ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି ।

ସେଥିରୁ ୨,୬୦,୦୦୦ ହେଉଛନ୍ତି ୫ ବର୍ଷରୁ କମ ବୟସର ପିଲା । ମୁଖ୍ୟତଃ ଆଫ୍ରିକା ମହାଦେଶରେ ଏହି ରୋଗ ବେଶି ଦେଖାଦେଇଥାଏ । ଏହି ଟିକା ପିଲାଙ୍କଠାରେ ୫ ଟି ମାରାତ୍ମକ ମ୍ୟାଲେରିଆ ସୃଷ୍ଟିକାରୀ ଭୂତାଣୁ ବିରୋଧରେ ପ୍ରତିରୋଧେକ ଶକ୍ତି ବୃଦ୍ଧି କରିବ । ଏହା କେବଳ ମ୍ୟାଲେରିଆ ପାଇଁ ନୁହେଁ ଯେକୌଣସି ପରଜୀବୀ ଜନିତରୋଗ ବିରୋଧରେ ପ୍ରଥମ ଭାକ୍ସିନ। ମ୍ୟାଲେରିଆ ମୃତ୍ୟୁର ପାଖାପାଖି ୫୦ ପ୍ରତିଶତ ଗୁରୁତର ମାମଲା ହୋଇଥିବାରୁ ମୃତ୍ୟୁହାର କମାଇବାରେ ଏହା ଫଳପ୍ରଦ ହେବ ବୋଲି ଡବ୍ଲ୍ୟୁଏଚଓ ସ୍ପଷ୍ଟ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ