Masthead

ମୋଦୀ କ୍ଷମତାସୀନ ହେବେ ବୋଲି ଭ୍ରମରେ ରୁହନ୍ତୁ ନାହିଁ: ପିକେ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ନିର୍ବାଚନ ରଣନୀତିଜ୍ଞ ତଥା ଭାରତୀୟ ରାଜନୈତିକ କାର୍ଯ୍ୟ କମିଟିର ମୁଖ୍ୟ ପ୍ରଶାନ୍ତ କିଶୋର ପୁଣିଥରେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏଥର କଂଗ୍ରେସ କିମ୍ବା ରାହୁଲ ଗାନ୍ଧୀଙ୍କୁ ନେଇ ନୁହେଁ ବରଂ ଶାସକ ଦଳ ବିଷୟରେ କହି ଲାଇମ ଲାଇଟରେ ରହିଛନ୍ତି । ସେପଟେ ପ୍ରଶାନ୍ତ ଜାତୀୟ କଂଗ୍ରେସରେ ମିଶିବେ ବୋଲି ଅନେକ କଳ୍ପନାଜଳ୍ପନା ଚାଲିଥିଲା । ହେଲେ ପ୍ରଧାନମନ୍ତ୍ରୀଙ୍କ ଗୁଣଗାନ କରିବା ପରେ ପୁଣିଥିରେ ପିକେ କେଉଁ ଦଳରେ ମିଶିବେ ତାକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି । ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟି ଆଗାମୀ ଦଶନ୍ଧି ଧରି ରାଜନୀତିରେ ଏକ ଶକ୍ତିଶାଳୀ ଶକ୍ତି ହୋଇ ରହିବ ବୋଲି ପ୍ରଶାନ୍ତ ସ୍ପଷ୍ଟ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । କେବଳ ଏତିକି ନୁହେଁ ବରଂ ୪୦ ବର୍ଷ ପୂର୍ବେ କଂଗ୍ରେସ ଯେପରି କ୍ଷମତାର କେନ୍ଦ୍ର ଥିଲା ।

ସେହିଭଳି ବିଜେପି ମଧ୍ୟ କ୍ଷମତାର କେନ୍ଦ୍ର ରହିବ । ବିପେଜି ନିର୍ବାଚନ ଜିତୁ କିମ୍ବା ହାରୁ । କଂଗ୍ରେସ ଏବଂ ଅନ୍ୟ ଦଳମାନଙ୍କୁ ଅନେକ ଦଶନ୍ଧି ଧରି ବିଜେପି ସହିତ ଲଢିବାକୁ ପଡ଼ିବ ବୋଲି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଛନ୍ତି । ଅନ୍ୟପଟେ କଂଗ୍ରେସ ସାଂସଦ ତଥା ତାଙ୍କ ମିତ୍ର ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିବା ପାଇଁ ମଧ୍ୟ ପଛେଇ ନାହାଁନ୍ତି । ତେବେ ରାହୁଲ ଗାନ୍ଧୀ ଯାହା ଭାବୁଛନ୍ତି ତାହା ଘଟିବ ନାହିଁ । ବୋଧହୁଏ ସେମାନେ ଭାବୁଛନ୍ତି ଯେ କିଛି ସମୟ ମଧ୍ୟରେ ଲୋକମାନେ ନରେନ୍ଦ୍ର ମୋଦିଙ୍କୁ ହଟାଇବାରେ ସକ୍ଷମ ହେବେ । କିନ୍ତୁ ତାହା ଏତେ ସହଜ ନୁହେଁ । ଯଦି ଆପଣ ମୋଦିଙ୍କ ଶକ୍ତି ବିଷୟରେ ଧାରଣା ନ ପାଆନ୍ତି ତାହାଲେ ଆପଣ ତାଙ୍କୁ ପରାସ୍ତ କେବେ ବି କରିପାରିବେ ନାହିଁ ବୋଲି ପ୍ରଶାନ୍ତ ସ୍ପଷ୍ଟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା