Masthead

ରୋଗୀ ଦେଖାଇବାକୁ ଆସି ଡାକ୍ତର ଓ କର୍ମଚାରୀଙ୍କୁ ମାଡ, ୨ ଗିରଫ

ସୋର (ବଡ଼ ଖବର): ରୋଗୀ ଦେଖାଇବାକୁ ଆସି ଡାକ୍ତର ଓ କର୍ମଚାରୀଙ୍କୁ ମାଡ । ମାଡ ମାରିଥିବା ୨ ଯୁବକଙ୍କୁ ନିର୍ଧୁମ ଛେଚି ପୋଲିସରେ ଜିମା ଦେଲେ ସ୍ଥାନୀୟ ଲୋକେ । ଏଭଳି ଘଟଣା ଘଟଛି ବାଲେଶ୍ବର ଜିଲ୍ଲା ସୋର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ।

ସୋର ଥାନା ଅଧିନ ସରଶଙ୍ଖ ଓ ପିତାକାଳିଆ ଅଞ୍ଚଳର କିଛି ଯୁବକ ଜଣେ ରୋଗୀକୁ ଚିକିତ୍ସା କରିବା ପାଇଁ ସୋର ଡାକ୍ତରଖାନାକୁ ଆସିଥିଲେ । ସେହି ସମୟରେ ଡାକ୍ତର ଅନ୍ୟ ଜଣେ ଗୁରୁତର ରୋଗୀଙ୍କୁ ଚିକିତ୍ସା କରୁଥିଲେ । ଏଥିରେ ଯୁବକ ମାନେ ଉତକ୍ଷିପ୍ତ ହୋଇ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ସହ କର୍ମଚାରୀଙ୍କୁ ମାଡ ମାରିଥିଲେ । ଏହା ଦେଖି ଘଟଣାସ୍ଥଳରେ ଥିବା ସ୍ଥାନୀୟ କିଛି ଲୋକ ଡାକ୍ତରଖାନା କର୍ମଚାରୀଙ୍କୁ ମାଡ ମାରିଥିବା ଯୁବକଙ୍କ ମଧ୍ୟରୁ ୨ ଜଣଙ୍କୁ ଧରି ନିର୍ଧୁମ ଛେଚିଥିଲେ । ପରେ ପୋଲିସରେ ଜିମା ଦେଇଥିଲେ ।

ଯୁବକ ଦୁଇ ଜଣ ହେଲେ ସରଶଙ୍ଖ ଓ ପିତାକାଳିଆ ଅଞ୍ଚଳର ଲକ୍ଷ୍ମଣ ଜେନା ଓ ସୌମ୍ୟରଞ୍ଜନ ବାରିକ୍ । ପୋଲିସ ସେମାନଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ