Masthead

ବଢ଼ିଲା ଘରୋଇ ଗ୍ୟାସ ଦର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ ମୁଦ୍ରାସ୍ଫୀତି ସାଧାରଣ ଲୋକଙ୍କୁ ନାକେଦମ କରିଛି । ଦିନକୁ ଦିନ ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଙ୍ଗା ହେଉଛି । ସାଧାରଣ ଜନତାଙ୍କୁ ଦରଦାମ ବୃଦ୍ଧିର ଆଉ ଏକ ବଡ଼ ଝଟକା ଲାଗିଛି । ତେଲ, ସିଏନସି ଏବଂ କମର୍ସିଆଲ ଗ୍ୟାସ ଦର ଲଗାତାର ବଢିବା ପରେ ଏହେ ଘରୋଇ ଏଲପିଜି ସିଲିଣ୍ଡର ଦରରେ ବୃଦ୍ଧି ହୋଇଛି । ସିଲିଣ୍ଡର ପିଛା ୨୯ ଟଙ୍କା ବୃଦ୍ଧି ହୋଇଛି । ଆଜିଠୁ ସାରା ଦେଶରେ ନୂଆ ଦର ଲାଗୁ ହୋଇଛି । ଦିଲ୍ଲୀରେ ବର୍ତ୍ତମାନ ଏହି ବୃଦ୍ଧି ସହିତ ଦର ୯୪୨ ଟଙ୍କା ରହିଛି । ପୂର୍ବରୁ ୧୪.୨ କେଜି ସିଲିଣ୍ଡରର ମୂଲ୍ୟ ଥିଲା ୯୩୯ ଟଙ୍କା । ମାର୍ଚ୍ଚରେ ଘରୋଇ ଗ୍ୟାସ୍ ସିଲିଣ୍ଡର ୬୦ ଟଙ୍କା ବୃଦ୍ଧି ହୋଇଥିଲା ।

ସାଧାରଣ ଲୋକଙ୍କୁ ଦରବୃଦ୍ଧିର ଏହା ଆଉ ଏକ ଝଟକା ଦେଇଛି । ଶନିବାର ରାତିରେ ଘରୋଇ ରନ୍ଧନ ଗ୍ୟାସ୍ ଏଲ୍‌ପିିଜି ସିଲିଣ୍ଡର ପିଛା ୨୯ ଟଙ୍କା ବୃଦ୍ଧି ହୋଇଛି । ଏହି ବର୍ଦ୍ଧିତ ଦର ୭ ତାରିଖ ମଧ୍ୟରାତ୍ରରୁ ଲାଗୁ କରାଯାଇଛି । ଗତ ୩ ମାସରେ ଘରୋଇ ଏଲ୍‌ପିଜି କ୍ଷେତ୍ରରେ ଏହା ଦ୍ୱିତୀୟ ବୃଦ୍ଧି । ଏହା ପୂର୍ବରୁ ଗତ ମାର୍ଚ୍ଚ ୭ ତାରିଖରେ ଘରୋଇ ଏଲ୍‌ପିଜି ଦର ସିଲିଣ୍ଡର ପିଛା ୬୦ ଟଙ୍କା ବଢ଼ାଯାଇଥିଲା । ଦିଲ୍ଲୀରେ ବର୍ତ୍ତମାନ ୧୪.୨ କି.ଗ୍ରାର ଘରୋଇ ଏଲ୍ପିଜି ସିଲିଣ୍ଡର ଦର ୯୧୩ ଟଙ୍କାରୁ ବୃଦ୍ଧି ପାଇ ୯୪୨ ଟଙ୍କା ହୋଇଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ତୈଳ ଯୋଗାଣ ପ୍ରଭାବିତ ହୋଇଥିବା ବେଳେ ତୈଳ କମ୍ପାନିମାନେ ବିପୁଳ କ୍ଷତି ସହୁଛନ୍ତି । ତାକୁ ଦୃଷ୍ଟିରେ ରଖି ସେମାନେ ପୁଣିଥରେ ଏଲ୍ପିଜି ଦର ବଢ଼ାଇଛନ୍ତି ।

ଗତ ମେ ମାସ ମଧ୍ୟଭାଗରୁ ପର୍ଯ୍ୟାୟ କ୍ରମେ ପେଟ୍ରୋଲ ଓ ଡିଜେଲ ଦର ଏପର୍ଯ୍ୟନ୍ତ ଲିଟର ପିଛା ପ୍ରାୟ ୭ ଟଙ୍କା ୫୦ ପଇସା ବୃଦ୍ଧି ପାଇଥିବା ବେଳେ ସିଏନ୍ଜି ଦର ମଧ୍ୟ କେ.ଜି ପିଛା ୬ ଟଙ୍କା ବଢ଼ିଛି । ଦର ବୃଦ୍ଧି ସତ୍ତେ୍ୱ ତୈଳ କମ୍ପାନିମାନେ ଲିଟର ପିଛା ପେଟ୍ରୋଲରେ ୧୧ ଟଙ୍କା ଓ ଡିଜେଲରେ ୩୩ ଟଙ୍କା ୬୦ ପଇସା କ୍ଷତି ସହୁଥିବା ଦାବି କରିଛନ୍ତି । ସେମାନଙ୍କ କହିବାନୁଯାୟୀ ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁ ଯୋଗାଣ ପ୍ରଭାବିତ ହୋଇଛି । ଯାହାଫଳରେ ଆନ୍ତର୍ଜାତିକ ବଜାରରେ ତୈଳ ଦର ବଢ଼ିଚାଲିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା