Masthead

‘ ଡୋନେଟ ଫର ଦେଶ ’ ଅଭିଯାନ , ୪୮ ଘଣ୍ଟାରେ ୩ କୋଟି ସଂଗ୍ରହ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମାତ୍ର ୪୮ ଘଣ୍ଟାରେ ୩ କୋଟି । କଂଗ୍ରେସ କ୍ରାଉଡ ଫଣ୍ଡିଂ ମାଧ୍ୟମରେ ୪୮ ଘଣ୍ଟାରେ ୩ କୋଟି ଟଙ୍କା ସଂଗ୍ରହ କରିଛି। ୨୦୨୪ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ପାଇଁ ସମ୍ବଳ ସଂଗ୍ରହ ଲାଗି ଏକ ଅଭିଯାନ ଆରମ୍ଭ କରିଛି। ଯାହାର ନାଁ ହେଉଛି ‘ଡୋନେଟ ଫର ଦେଶ’ । ତେବେ ଏହି ଅଭିଯାନରେ ଏପର୍ଯ୍ୟନ୍ତ ପ୍ରାୟ ୧,୧୩,୦୦୦ ଲୋକ ଦାନ କରିଛନ୍ତି। ବୁଧବାର ସକାଳ ୯ ଟା ପର୍ଯ୍ୟନ୍ତ କଂଗ୍ରେସ ୨.୮୧ କୋଟି ଟଙ୍କା ସଂଗ୍ରହ କରିଛି ଦଳ ।

ପାର୍ଟି ସୂଚନା ଅନୁଯାୟୀ ଅଧିକାଂଶ ଦାତା ୧୩୮ ଟଙ୍କା ଦାନ କରିଛନ୍ତି। କେବଳ ୩୨ ଜଣ ଲୋକ ୧.୩୮ ଲକ୍ଷ ଟଙ୍କା ଦାନ କରିଛନ୍ତି। ୬୨୬ ଜଣ ୧୩, ୬୮୦ ଟଙ୍କା ଦାନ କରିଛନ୍ତି। ଯେଉଁ ନେତାମାନେ ୧.୩୮ ଲକ୍ଷ ଟଙ୍କା ଦାନ କରିଛନ୍ତି ସେମାନଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ରାହୁଲ ଗାନ୍ଧୀ, ଅଶୋକ ଗେହଲଟ, ସିପି ଯୋଶୀ, ନିରଂଜନ ପଟ୍ଟନାୟକ, ସୁଶୀଲ କୁମାର ସିନ୍ଦେ, ଟିଏସ ସିଂ ଦେଓ, ଜୟରାମ ରମେଶ ଏବଂ ପୱନ ଖେଡା ଅଛନ୍ତି। ପ୍ରଥମ ଥର ପାଇଁ ଦଳ ସାଧାରଣ ସଭା ସମୟରେ କ୍ୟୁଆର କୋଡ ମାଧ୍ୟମରେ ସାଧାରଣ ଜନତାଙ୍କଠାରୁ ଟଙ୍କା ମାଗିବ।

ସେପଟେ ମହାରାଷ୍ଟ୍ରରୁ କଂଗ୍ରେସ ସର୍ବାଧିକ ଦାନ ସଂଗ୍ରହ ହୋଇଛି। ରାଜ୍ୟରୁ ୫୬ ଲକ୍ଷ ଟଙ୍କା ସଂଗୃହୀତ ହୋଇଛି। ଏହା ପରେ ରାଜସ୍ଥାନରୁ ୨୬ ଲକ୍ଷ ଟଙ୍କା, ଦିଲ୍ଲୀରୁ ୨୦ ଲକ୍ଷ ଟଙ୍କା, ଉତ୍ତରପ୍ରଦେଶ ୧୯ ଲକ୍ଷ ଟଙ୍କା ଏବଂ କର୍ଣ୍ଣାଟକରୁ ୧୮ ଲକ୍ଷ ଟଙ୍କା ସଂଗ୍ରହ କରାଯାଇଛି। କଂଗ୍ରେସ ସୂତ୍ରରୁ ପ୍ରକାଶ ୟୁପିଆଇ ମାଧ୍ୟମରେ ୮୧ ପ୍ରତିଶତ ଲୋକ ଦାନ କରିଛନ୍ତି। କ୍ରେଡିଟ କାର୍ଡ ମାଧ୍ୟମରେ ପ୍ରାୟ ୮ ପ୍ରତିଶତ ଦାନ ଆସିଛି। ଦେଶର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ବୁଥ ପିଛା ଅତି କମରେ ୧୦ ଜଣଙ୍କ ନିକଟରେ ପହଞ୍ଚିବା ପାଇଁ ଡୋର ଟୁ ଡୋର ଅଭିଯାନ ଖୁବ ଶୀଘ୍ର ଆରମ୍ଭ ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ