Masthead

ସ୍ମୋକ ଆଟାକ ଘଟଣାରେ ଜଣେ ପୂର୍ବତନ ପୋଲିସ ଅଧିକାରୀଙ୍କ ପୁଅ ଅଟକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସଂସଦରେ ସ୍ମୋକ୍ ଆଟାକ୍ ଘଟଣା, ଜଣେ ପୂର୍ବତନ ପୋଲିସ ଅଧିକାରୀଙ୍କ ପୁଅ ଅଟକ। ସଂସଦରେ ସ୍ମୋକ୍ ଆଟାକ୍ ଘଟଣାର ତନାଘନା କରୁଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ଗଠିତ କମିଟି । ଘଟଣାରେ କର୍ଣ୍ଣାଟକ  ବାଗାଲକୋଟର ଜଣେ ପୂର୍ବତନ ପୋଲିସ ଅଧିକାରୀଙ୍କ ପୁଅଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ । ଅଟକ ବ୍ୟକ୍ତି ଜଣକ ହେଲେ ସାଇକ୍ରିଷ୍ଣା ଜାଗଲି, ସେ ଜଣେ ଇଂଜିନିୟର । ସାଇ ମନୋରଂଜନଙ୍କର ଜଣେ ବନ୍ଧୁ ବୋଲି ସୂଚନା ମିଳିଛି । ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ପୋଲିସ ତାଙ୍କୁ ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରାଯାଇ ଦିଲ୍ଲୀ ଅଣାଯାଇଥିଲା।

ସେପଟେ ମାମଲାରେ ପୂର୍ବରୁ ଗିରଫ ମନୋରଂଜନ, ଅମୋଲ, ସାଗର ଓ ନିଲମଙ୍କ ସମେତ ୬ ଅଭିଯୁକ୍ତଙ୍କ ଆଜି ରିମାଣ୍ଡ ସରୁଛି । ରିମାଣ୍ଡ ବେଳେ ସମସ୍ତଙ୍କୁ ଅଲଗା ଅଲଗା ଓ ମୁହାଁମୁହିଁ ଜେରା କରି ସତ ଓଗାଳିଛି ପୋଲିସ । ଏହା ବ୍ୟତୀତ ଉତ୍ତରପ୍ରଦେଶର ଜାଲୁନରୁ ଅତୁଲ କୁଲଶ୍ରେଷ୍ଟା ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଛି। ଉଭୟଙ୍କ ବିବୃତ୍ତି ରେକର୍ଡ କରାଯାଇଛି ଏବଂ ସଂସଦ ମାମଲାରେ ସେମାନଙ୍କର ସମ୍ପୃକ୍ତି ଯାଞ୍ଚ କରାଯାଉଛି। ସୁରକ୍ଷା ଉଲ୍ଲଂଘନରେ ସେମାନଙ୍କର କୌଣସି ଭୂମିକା ଅଛି କି ନାହିଁ ତାହା ଅନୁସନ୍ଧାନ କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ