Masthead

ହୃଦଘାତ ଯୋଗୁଁ ଚଳନ୍ତା ବସ୍ ଡ୍ରାଇଭରଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ୫୦ ପର୍ଯ୍ୟଟକ 

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ହୃଦଘାତ ଯୋଗୁଁ ଚଳନ୍ତା ବସ୍ ଡ୍ରାଇଭରଙ୍କ ମୃତ୍ୟୁ । ଅଳ୍ପକେ ବର୍ତ୍ତିଲେ ୫୦ ପର୍ଯ୍ୟଟକ । ହୃଦଘାତରେ ଟଳିପଡିବା ପୂର୍ବରୁ ବସ୍କୁ ନିୟନ୍ତ୍ରଣ କରିଥିଲେ ଡ୍ରାଇଭର । ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । କୋଲକାତାରୁ ପଞ୍ଚଲିଙ୍ଗେଶ୍ୱର ଆସୁଥିଲେ ପର୍ଯ୍ୟଟକ । ପାଟପୁର ପାଖରେ ଘଟିଛି ଏଭଳି ଅଘଟଣ । ଡ୍ରାଇଭର ଜଣକ ପଶ୍ଚିମବଙ୍ଗ ହାୱଡା ଅଞ୍ଚଳର ଶେଖ୍ ଅଖତର ବୋଲି ଜଣାପଡ଼ିଛି ।

ହାୱଡାରୁ ୭୦ଜଣ ପର୍ଯ୍ୟଟକଙ୍କୁ ନେଇ ନସ୍କର ଟ୍ରାଭେଲ୍ସର ଏକ ଭଲଭୋ ବସ୍ ଓଡ଼ିଶା ଆସିଥିଲା । ପଞ୍ଚଲିଙ୍ଗେଶ୍ୱର ପୀଠକୁ ଆସୁଥିବା ସମୟରେ ପୀଟପୁର ଛକ ନିକଟରେ ହଠାତ ଡ୍ରାଇଭରଙ୍କ ସ୍ୱାସ୍ଥ୍ୟବସ୍ଥା ବିଗଡ଼ି ଯାଇଥିଲା । ବସ୍ ଡ୍ରାଇଭର ଜଣକ ହୃଦଘାତର ଶିକାର ହୋଇଥିଲେ । ବସଟିକୁ ତୁରନ୍ତ ରାସ୍ତାକଡ଼ରେ ଠିଆ କରି ସ୍ଥାନୀୟ ଲୋକଙ୍କ ସହାୟତାରେ ଡ୍ରାଇଭରଙ୍କୁ ନୀଳଗିରି ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ଥାନୀୟ ଅଂଚଳର ଜଣେ ଡ୍ରାଇଭର ବସଟିକୁ ପଞ୍ଚଲିଙ୍ଗେଶ୍ୱର ପୀଠକୁ ନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି