Masthead

ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ହିଞ୍ଜିଳିକାଟୁରେ ଚାଞ୍ଚଲ୍ୟ । ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା । ଯୁବକଙ୍କ ତଣ୍ଟି କାଟିଦେଲେ ଦୁର୍ବୃତ୍ତ । ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଖଣ୍ଡରା ଛକରେ ଗତ ବିଳମ୍ବିତ ରାତ୍ରିରେ ଏକ ଅଭାବନୀୟ ଘଟଣା ଦେଖାଇବାକୁ ମିଳିଛି। ସୂଚନା ଅନୁସାରେ, ରାସ୍ତାରେ ଯାଉଥିବା ବ୍ୟକ୍ତିଙ୍କୁ ଲିଫ୍ଟ ମାଗିଥିଲେ ଓ ଲିଫ୍ଟ ଦେବାକୁ ମନା କରିବାରୁ ଉତ୍‌କ୍ଷିପ୍ତ ହୋଇ ଛୁରୀରେ ତଣ୍ଟି କାଟିଦେଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଗାଡି ଚାଳକଙ୍କ ତଣ୍ଟିରେ ଗଭୀର ଆଘାତ ଲାଗିଛି । ଘଟଣା ପରେ ସେ ଗୁରୁତର ଆହାତ ହୋଇପଡିଥିଲେ ।

ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇ ଥିବା ଜଣାପଡ଼ିଛି। ଗୁରୁତର ବ୍ୟକ୍ତି ଜଣଙ୍କ ହେଲେ ସେହି ଅଂଚଳର ନିରଞ୍ଜନ ପାଢ଼ୀଙ୍କ ପୁଅ ଉଦ୍ଧବ ପାଢ଼ୀ । ଅନ୍ୟପଟେ, ପୋଲିସ୍ ହିଞ୍ଜିଳିକାଟୁ ମେଡିକାଲରେ ପହଞ୍ଚି ଗୁରୁତର ଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କ ସହିତ ଘଟଣା ସଂପର୍କରେ ପଚରାଉଚରା କରିଥିଲେ । ଏହା ସହ ଆକ୍ରମଣ ପଛରେ ପ୍ରକୃତ କାରଣ କଣ ଏନେଇ ତଦନ୍ତ ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ୧୨ ଜିଲ୍ଲାକୁ ସତର୍କ ସୂଚନା 🔴 ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ୧୨ ଜିଲ୍ଲାକୁ ସତର୍କ ସୂଚନା 🔴 ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ