Masthead

ନକଲି ଟଙ୍କା କାରଖାନା ଠାବ

ନୟାଗଡ଼, (ବଡ଼ ଖବର ବ୍ୟୁରୋ): ନୟାଗଡ଼ରେ ଜାଲି ନୋଟ କାରଖାନା ଠାବ ହୋଇଛି । ନୟାଗଡ ସହରରୁ ୫୦୦ ଟଙ୍କିଆ ଜାଲି ନୋଟ ଜବତ କରିଛି ପୋଲିସ । ଉକ୍ତ କାରଖାନାରୁ ପ୍ରାୟ ୧ ଲକ୍ଷ ୨୫ ହଜାର ଟଙ୍କା ଜବତ କରିଛି ପୋଲିସ । ସୂଚନା ମୁତାବକ, ଏକ ବାଇକ ଶୋରୁମରୁ ବାଇକ କିଣିବା ପାଇଁ ଜଣେ ଯୁବକ ୧ ଲକ୍ଷ ୩୦ ହଜାର ଟଙ୍କା ଦେଇଥିଲେ । ତା ମଧ୍ୟରୁ କେବଳ ୫ ହଜାର ଟଙ୍କାକୁ ଛାଡ଼ି ଅନ୍ୟ ନୋଟ ସବୁ ଜାଲି ବାହାରିଥିଲା।

ଏହାପରେ ସେ ନୟାଗଡ଼ ଥାନାରେ ଅଭିଯୋଗ କରିଥିଲେ । ନୟାଗଡ଼ ଟାଉନ ଥାନା ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜରାଯାଇ ନୟାଗଡ଼ ସହର ରାଜବଗିଚା ଅଞ୍ଚଳର ଏକ ଭଡାଘରୁ ଜାଲି ନୋଟ ଛପା ଯାଉଥିବା ସମସ୍ତ ଯନ୍ତ୍ରାଂଶ ଜବତ କରିବା ସହିତ ଜଣଙ୍କୁ ଅଟକ ରଖିଛି। ଯଦି କୌଣସି ବ୍ୟକ୍ତି ଏହି ଜାଲି ନୋଟ ପାଆନ୍ତି କିମ୍ବା ସନ୍ଦେହ ହୁଏ ତେବେ ତୁରନ୍ତ ନୟାଗଡ଼ ଟାଉନ ଥାନା ସହ ଯୋଗାଯୋଗ କରିବାକୁ ଥାନା ଅଧିକାରୀ ଜୟଦୀପ ମହାନ୍ତି ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ