Masthead

ଏପଟେ ହାହାକାର, ସେପଟେ ବିଧାୟକଙ୍କ ସିଙ୍ଗାପୁର ଟୁର୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାହାନଗାରେ ତ୍ରାହିତ୍ରାହି, ବିଦେଶରେ ବିଧାୟକ । ଉତ୍ସବ ଆଗ ନା ଉଦ୍ଧାର? ଏପଟେ ହାହାକାର, ସେପଟେ ବିଧାୟକଙ୍କ ସିଙ୍ଗାପୁର ଟୁର । ଆଲର୍ଟରେ ଭୁବନେଶ୍ୱର, ବିଦେଶରେ ଭୁବନେଶ୍ୱର ମେୟର । ବାହାନଗା କାନ୍ଦୁଥିବା ବେଳେ କଟକ ମେୟର ମଧ୍ୟ ବିଦେଶରେ ଥିଲେ । ପ୍ରଶ୍ନ ଉଠୁଛି ଯେ ବିପଦ ବେଳେ କ’ଣ ଗସ୍ତ ବାତିଲ ହୋଇପାରିନଥାନ୍ତା? ମାନବିକତାର ଆହ୍ୱାନକୁ ଭୁଲି ଗଲେ କି ଲୋକପ୍ରତିନିଧି? ତାକୁ ନେଇ ଏବେ ଉଠିଛି ପ୍ରଶ୍ନ । ଶନିବାର ବାହାନଗା ଦୁର୍ଘଟଣାସ୍ଥଳରୁ ଯେତେବେଳେ ମୃତଦେହ ଉଦ୍ଧାର ଚାଲିଥିଲା ସେତେବେଳେ ସିଙ୍ଗାପୁରରେ ଚାଲିଥିଲା ସେଲିବ୍ରେସନ।

ବାହାନଗା ରେଳ ଟ୍ରାଜେଡି ବେଳେ କିଛି ନେତାଙ୍କ ଫରେନ୍ ଟୁରକୁ ନେଇ ଚର୍ଚ୍ଚା। ଶୁକ୍ରବାର ସନ୍ଧ୍ୟାରେ ରେଳ ଦୁର୍ଘଟଣା ଘଟିଥିବା ବେଳେ ଶନିବାର ବିଦେଶ ଗସ୍ତରେ ବାହାରିଥିଲେ ଶାସକ ଦଳର ଜଣେ ମନ୍ତ୍ରୀ ୮ ବିଧାୟକ ଆଉ ୩ ମେୟର । ଏମିତିକି ଖୋଦ ସୋର ବିଧାୟକ ପର୍ଶୁରାମ ଧଡା ବି ବିଦେଶ ବୁଲୁଥିଲେ ଆଉ ଫଟୋ ଉଠାଉଥିଲେ । ଯାହାକୁ ଦୁର୍ଭାଗ୍ୟଜନକ କହି ଶାସକ ଦଳକୁ ଘେରିଛନ୍ତି ବିରୋଧୀ । ବାହାନଗା ପୀଡ଼ିତଙ୍କ ପାଇଁ ଯେତେବଳେ ସାରା ବିଶ୍ୱ ପ୍ରାର୍ଥନା କରୁଥିଲା, ସେତେବେଳେ ସିଙ୍ଗାପୁରରେ ଲୋକପ୍ରତିନିଧି ପାଳୁଥିଲେ ଓଡ଼ିଶା ଦିବସ ଉତ୍ସବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ଜନଗଣନା କର୍ମୀଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶ 🔴 ଟ୍ରମ୍ପ ବଢ଼ାଇଲେ ସିଜ୍‌ଫାୟାର 🔴 ଖରା ନେଇ ୧୧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ 🔴 ପହଲଗାମ୍ ଆତଙ୍କୀ ହମଲାକୁ ବର୍ଷେ 🔴 ଟ୍ରାକ୍ଟରକୁ ଓଭରଟେକ୍ କରିବା ହେଲା କାଳ 🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ଜନଗଣନା କର୍ମୀଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶ 🔴 ଟ୍ରମ୍ପ ବଢ଼ାଇଲେ ସିଜ୍‌ଫାୟାର 🔴 ଖରା ନେଇ ୧୧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ 🔴 ପହଲଗାମ୍ ଆତଙ୍କୀ ହମଲାକୁ ବର୍ଷେ 🔴 ଟ୍ରାକ୍ଟରକୁ ଓଭରଟେକ୍ କରିବା ହେଲା କାଳ 🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ