Masthead

ନ୍ୟୁଜିଲାଣ୍ଡରେ ଭୂକମ୍ପ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନ୍ୟୁଜିଲାଣ୍ଡରେ ଭୂକମ୍ପ । ଥରିଲା କେରମାଡେକ୍ ଦ୍ୱୀପ । ରିକ୍ଟର ସ୍କେଲରେ ତୀବ୍ରତା ୭.୧ ରେକର୍ଡ କରାଯାଇଛି । ଭୂକମ୍ପ ପରେ ଭୟଭୀତ ସ୍ଥାନୀୟ ଲୋକେ । ୟୁଏସ୍ ଭୂତତ୍ୱ ସର୍ବେକ୍ଷଣ ସଂସ୍ଥା ବିଭାଗ ଅନୁଯାୟୀ, ଗୁରୁବାର ସକାଳୁ ନ୍ୟୁଜିଲାଣ୍ଡର କେରମାଡେକ୍ ଦ୍ବୀପ ଭୂମିକମ୍ପ ଅନୁଭୂତ ହୋଇଛି ।ଏହାର ତୀବ୍ରତା ୭.୧ ରହିଥିବା ବେଳେ କେନ୍ଦ୍ରସ୍ଥଳି ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ରହିଛି ।

ଏହି ଶକ୍ତିଶାଳୀ ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି । ଭୂମିକମ୍ପ ଅନୁଭୂତ ପରେ ସ୍ଥାନୀୟ ଅଞ୍ଚଳରେ ସୁନାମୀ ସତର୍କତା ଜାରି କରାଯାଇଛି । କେରମାଡେକ୍ ଦ୍ୱୀପର ୩୦୦ କିଲୋମିଟର ପରିସୀମା ମଧ୍ୟରେ ସୁନାମୀ ଆଲର୍ଟ ଜାରି କରିଛି ସ୍ଥାନୀୟ ପ୍ରଶାସନ । ଭୂତତ୍ୱ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ନ୍ୟୁଜିଲାଣ୍ଡ ପ୍ରଶାନ୍ତ ମହାସାଗର ପ୍ଲେଟ୍ ଓ ଅଷ୍ଟ୍ରେଲିଆନ୍ ପ୍ଲେଟର ସୀମାବର୍ତ୍ତୀ ଅଞ୍ଚଳ ତଥା ରିଙ୍ଗ ଅଫ୍ ଫାୟାର ଜୋନରେ ରହିଥିବାରୁ ଏଠାରେ ପ୍ରତିବର୍ଷ ପ୍ରାୟ ଏକ ହଜାରରୁ ଅଧିକ ଥର ଭୂମିକମ୍ପ ଅନୁଭୂତ ହୋଇଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ