Masthead

କେମିକାଲ ରଙ୍ଗରୁ ଦୂରେଇ ରହି ହର୍ବାଲ ରଙ୍ଗକୁ ଆପଣାନ୍ତୁ

କେମିତି କରିବେ ହର୍ବାଲ ରଙ୍ଗର ପ୍ରସ୍ତୁତି ଜାଣନ୍ତୁ...

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କେମିକାଲଯୁକ୍ତ ରଙ୍ଗ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ । ଏଥିରେ ହୋଲି ଖେଳିଲେ କାହାର ତ୍ୱଚାର ଇନଫେକ୍ସନ ହୁଏ ତ କାହାର ଆଖି ଜଳା ପୋଡ଼ା ହୁଏ । ତା ଛଡ଼ା ଏହି ରଙ୍ଗ ସହଜରେ ଦେହରୁ ଛାଡ଼ି ବି ନଥାଏ । ସେଥିପାଇଁ ଏବେ ଲୋକଙ୍କ ଭିତରେ ହର୍ବାଲ ରଙ୍ଗର ଚାହିଦା ବଢୁଥିବା ଦେଖିବାକୁ ମିଳିଛି । କାରଣ ଏହାର କୌଣସି ପାଶ୍ୱର୍ପ୍ରତିକ୍ରିୟା ନଥାଏ । ମାର୍କେଟରେ ତ ହୋଲିର ରଙ୍ଗ ଅନେକ ମିଳିଥାଏ । କିନ୍ତୁ ଆପଣ ଚାହିଁଲେ ବିଭିନ୍ନ ପ୍ରକାର ରୋଷେଇ ସାମଗ୍ରୀରୁ ଘରେ ବସି ସହଜରେ ଏହାକୁ ତିଆରି କରିପାରିବେ । ତେବେ କେମିତି ଘରେ ବସି ଏହି ହର୍ବାଲ ରଙ୍ଗ ତିଆରି କରିବେ ଜାଣନ୍ତୁ-

ହଳଦୀ,ବେସନ ଓ ଚନ୍ଦନ ପାଉଡ଼ର ମିଶାଇ ଏହାକୁ ସୁବାସ ଯୁକ୍ତ ପାଉଡ଼ର ରୂପେ ପ୍ରସ୍ତୁତ କରିପାରିବେ । ଗେଣ୍ଡୁଫୁଲ, କମଳା ଚୋପାରୁ କମଳା ରଙ୍ଗ ହୋଇପାରିବ । ସେହିପରି ମେହେନ୍ଦି , ନିମ୍ବ ପତ୍ର, ପାଳଙ୍ଗ,ପୁଦିନା ପତ୍ର ବାଟି ସବୁଜ ରଙ୍ଗ , ଡ଼ାଳିମ୍ବ ଓ ବିଟ ରସରେ ନାଲି ରଙ୍ଗ, ମଇଦା କିମ୍ବା ଚାଉଳ ଗୁଣ୍ଡକୁ ଧଳା ରଙ୍ଗ ଭାବେ ବ୍ୟବହାର କରାଯାଇପାରିବ । ଏହା ତ୍ୱଚାର ପାଇଁ ଉପକାରୀ ଓ ଶରୀରକୁ ସୁରକ୍ଷିତ ରଖିଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ