Masthead

ପାକିସ୍ତାନ ପାଖରେ ନାହିଁ ଟଙ୍କା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନ ପାଖରେ ନାହିଁ ଟଙ୍କା । ଧାରକରଜ କରି ଦେଶକୁ ଠିକ ରାସ୍ତାକୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି ପାକିସ୍ତାନ ସରକାର । ସ୍ଥିତି ସୁଧାରିବା ପାଇଁ ଚାଲିଛି ଚେଷ୍ଟା । ହେଲେ ଆତଙ୍କବାଦୀ ଦେଶର ଅର୍ଥନୀତି ବେକାବୁ । ସେଇଥିପାଇଁ କହୁଛୁ କାନ୍ଦୁଛି ପାକିସ୍ତାନ । ପାକିସ୍ତାନର ସ୍ଥିତି ହାଲବେହାଲ । ସବୁଠି ହାହାକାର । ଭୋକ ବିକଳରେ ଲୋକେ ଆଉଟୁପାଉଟୁ । ଜୀବନ ସହ ସଂଘର୍ଷ କରୁଛନ୍ତି ପାକିସ୍ତାନୀ । ଅର୍ଥନୈତିକ ସ୍ଥିତି ସୁଧାରିବା ପାଇଁ ଚେଷ୍ଟା କରୁଛନ୍ତି ପାକିସ୍ତାନ ସରକାର । ହେଲେ ସ୍ଥିତି ଏବେ ଅସମ୍ଭାଳ । ଦେଶର ଅର୍ଥନୀତି ଟ୍ରାକକୁ ସଜାଡ଼ିବା ପାଇଁ ଅଂଟା ଭିଡିଛନ୍ତି ସରକାର ।

ଆମେରିକାର ତୀବ୍ର ବିରୋଧ ସତ୍ୱେ ପାକିସ୍ତାନ ଚୀନରୁ ଆଣିଛି ଋଣ । ଏକ ଦାମିକ ବିଲିୟନ ଡଲାର ଚୀନ ଠାରୁ ଋଣ କରିଛନ୍ତି ପାକିସ୍ତାନ ସରକାର । ଦେବାଳିଆ ଅବସ୍ଥାରେ ଥିବା ଆତଙ୍କବାଦୀ ଦେଶ ପାକିସ୍ତାନ, ଚୀନର ଇଣ୍ଡ୍ରଷ୍ଟି୍ରଆଲ ଅଫ୍ କମର୍ସିଆଲ ବ୍ୟାଙ୍କ ଅଫ୍ ଚାଇନାରୁ ଋଣ ଆଣିଛି । ଯାହା ଫଳରେ ଦେଶ କିଛି ମାତ୍ରାରେ ଚାଲିପାରିଛି । ନାହିଁ ତ ସର୍ବନାଶ ହେବା ଥୟ । ବର୍ତମାନ ପାକିସ୍ତାନ ପାଖରେ ଯେତିକି ଅର୍ଥ ଅଛି ଆଉ ମାତ୍ର ଦୁଇ ସପ୍ତାହ ଯିବ । ୟାରି ଭିତରେ ଯଦି ସ୍ଥିତି ନ ସୁଧୁରେ ତା ହେଲେ ପାକିସ୍ତାନ ଡାକିବ ତ୍ରାହିତ୍ରାହି । ସେଇଥିପାଇଁ ପାକିସ୍ତାନ ସରକାର ଚାଇନାଠାରୁ ଅର୍ଥ ଆଣିବାକୁ ବାଧ୍ୟ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା