Masthead

ଶିମିଳିପାଳର ୬୨ ଟି ସ୍ଥାନରେ ନିଆଁ

କରଞ୍ଜିଆ (ବଡ଼ ଖବର ବ୍ୟୁରୋ): ଆଜି ମଧ୍ୟ ଶିମିଳିପାଳର ୬୨ ଟି ସ୍ଥାନରେ ନିଆଁ ଲାଗିଛି। ଏଠି ପ୍ରଶ୍ନ ଉଠୁଛି ଜଙ୍ଗଲରେ ନିଆଁ ଲାଗିଲା କେମିତି । କାରଣ ନା ବିଜୁଳି ମାରିଚି ନା ଆଉ କୌଣସି ପ୍ରାକୃତିକ କାରଣ ଦୃଶ୍ୟମାନ ହେଉଛି । ନିଆଁ ଲିଭାଇବା ପାଇଁ ବନ ବିଭାଗ ଅଫିସର, ତଳିଆ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି । ବନ ବିଭାଗ ସୂଚନା କ୍ରମେ ପାଖା ପାଖି ୨୩୦ ପିଲାଙ୍କୁ ବନ ବିଭାଗ ନିଆଁ ଲିଭାଇବା କାମରେ ନିୟୋଜିତ କରାଯାଇଛି ।

ଶିମିଳିପାଳ ଏକ ୨୭୦୦ ବର୍ଗ କିଲୋମିଟର ପାରିଧିରେ ବ୍ୟାପିଥିବା ଅଭୟାରଣ୍ୟ ଓ ଏହା ଭିତରେ ତିନୋଟି ପଞ୍ଚାୟତ ବାରେହିପଣି, ଅସ୍ତକୁଆଁର ଓ ଗୁରୁଗୁରିଆ ରହିଛି । ଅଧିକାଂଶ ଅଧିବାସୀ ଜୀବନ ଯାପନ ପାଇଁ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି ସେଥିପାଇଁ ପ୍ରତ୍ୟେକ ଦିନ ଜଙ୍ଗଲ ଯାଇଥାନ୍ତି। ପତ୍ର ଝଡ଼ା ସମୟରେ ଜଙ୍ଗଲ ଭିତରେ ଚଳ ପ୍ରଚଳ କରିବାକୁ ଅସୁବିଧା ହେଇଥାଏ, ତେଣୁ ସେମାନଙ୍କ ମଧ୍ୟରୁ କିଛି ଦୁର୍ବୃତ ବା ମଦୁଆ ମଧ୍ୟ ନିଆଁ ଲଗାଇଥିବା ଅନୁମାନ କରାଯାଇ ପାରେ। ଲୋକଙ୍କ ସଚେତନତାର ଅଭାବ ଓ ମଦ ପିଇବା ଆଦି ଜଙ୍ଗଲରେ ନିଆଁ ଲଗାଇଥିବାର ମୁଖ୍ୟ କାରଣ ବୋଲି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ