Masthead

ଓଡ଼ିଶା ଆସିବେ ED ନିର୍ଦ୍ଦେଶକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କାଲି ଓଡ଼ିଶା ଗସ୍ତରେ ଆସିବେ ଇଡି ନିର୍ଦ୍ଦେଶକ ରାହୁଲ ନବୀନ । ୩ ଦିନିଆ ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ । ଏକାଧିକ ପୁରୁଣା ଫାଇଲ ଖୋଲିବା ସହ ନୂଆ ମାମଲା ରୁଜୁ ହୋଇପାରେ । ମଙ୍ଗଳବାର ଦିନ ରାତି ପାଖାପାଖି ୮ ସମୟରେ ଭୁବନେଶ୍ୱର ବିମାନବନ୍ଦର ପହଞ୍ଚିବେ । ଏହାପରେ ସେ ପୁରୀ ଅଭିମୁଖେ ଗସ୍ତ କରିବେ । ୨୮ ତାରିଖ ଅପରାହ୍ନରେ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନର କାର୍ଯ୍ୟକ୍ରମ ରହିଛି । ୨୯ ତାରିଖ ଦିନ ସକାଳ ସମୟରେ ପୁରୀରୁ ଭୁବନେଶ୍ୱର ଗସ୍ତ କରିବେ ।

ଭୁବନେଶ୍ୱର ଆସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ବସିବାକୁ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ହେବେ ସାମିଲ । ଗସ୍ତ ଅବସରରେ ଥିବା ସମସ୍ତ କାର୍ଯ୍ୟକ୍ରମ ସାରି ୨୯ ତାରିଖ ଅପରାହ୍ନ ୩ଟା ସମୟରେ ଦିଲ୍ଲୀ ଫେରିଯିବେ । ତେବେ ଇଡି ମୁଖ୍ୟ ଗସ୍ତର ମୁଖ୍ୟ କାରଣ ଏବେ ଯାଏଁ ଅସ୍ପଷ୍ଟ ରହିଛି । ହୁଏତ ଇଡି ମୁଖ୍ୟଙ୍କ ଓଡିଶା ଗସ୍ତ ସମୟରେ ସତ ପଦାକୁ ଆସିପାରେ ବୋଲି ଅନୁମାନ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ