‘କଥା’ର ୩୭ ତମ ବାର୍ଷିକ ଉତ୍ସବ ଆୟୋଜିତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ‘କଥା’ର ୩୭ ତମ ବାର୍ଷିକ ଉତ୍ସବ ଆୟୋଜିତ । ‘ଆମେ ବେଳେବେଳେ ଯୁବପ୍ରତିଭାଙ୍କ ଦକ୍ଷତାକୁ ଗୁରୁତ୍ଵ ଦେଇ ନଥାଉ। କିନ୍ତୁ ସେମାନେ ସମସ୍ତ ପ୍ରତିବନ୍ଧକକୁ ପାର ହେବାର ଏବଂ ଅସମ୍ଭବକୁ ସମ୍ଭବରେ ପରିଣତ କରିବାର ସ୍ଵପ୍ନ ଦେଖନ୍ତି। ଅନିଶ୍ଚିତତା, ଭୟ ଓ ବିଭାଜନ ଦ୍ବାରା ବିଶ୍ଵ ପ୍ରଭାବିତ ହେଉଛି। ଏହାସତ୍ତ୍ବେ ଆମ ଯୁବପ୍ରତିଭାମାନେ ନିଜ ଆଶାର ପରିପ୍ରକାଶ ସହ ଭବିଷ୍ୟତ ପାଇଁ ଚଲାପଥ ଉଜ୍ଜ୍ଵଳ କରୁଛନ୍ତି।’’ ଯାହାକୁ ନେଇ ଭୁବନେଶ୍ଵର ଜୟଦେବ ଭବନରେ ‘ସମ୍ବାଦ’ ଗ୍ରୁପ୍‌ର ଲୋକପ୍ରିୟ ଗଳ୍ପ ପତ୍ରିକା ‘କଥା’ର ୩୭ତମ ବାର୍ଷିକ ଉତ୍ସବ ଓ ନବପ୍ରତିଭା ପୁରସ୍କାର ପ୍ରଦାନ ସମାରୋହ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଖ୍ୟାତ ଅଭିନେତ୍ରୀ ତଥା ଲେଖିକା ଦୀପ୍ତି ନଭଲ କହିଛନ୍ତି ଯୁବପିଢ଼ିକୁ ଦକ୍ଷତା, ଜ୍ଞାନ ଓ ବୁଦ୍ଧି ସହିତ ଆଗକୁ ବଢ଼ିବାକୁ ପରାମର୍ଶ ଦେଇ ସେ କହିଲେ, ପ୍ରତ୍ୟେକ କାହାଣୀର ମୂଲ୍ୟ ଅଛି।

ପ୍ରତ୍ୟେକ ସ୍ବରକୁ କେହି ନା କେହି ଶୁଣିଥା’ନ୍ତି ବା ସେହି ସ୍ଵର ଶୁଣାଯିବା ଉଚିତ। ଏହି ଯୁବ ପ୍ରତିଭାମାନଙ୍କୁ ଉତ୍ସାହ ଓ ପ୍ରେରଣା ଯୋଗାଇ ଆଗକୁ ବଢ଼ିବାରେ ସହଯୋଗ କରିବାକୁ ସେ ବାପା, ମା’, ଶିକ୍ଷକ ଓ ସେମାନେ ଆଦର୍ଶମାନୁଥିବା ବ୍ୟକ୍ତିମାନଙ୍କୁ ପରାମର୍ଶ ଦେଇଥିଲେ । ସେ କହିଥିଲେ, ସେମାନେ ହେଉଛନ୍ତି ପ୍ରତ୍ୟେକ କାହାଣୀ ପଛରେ ଥିବା ଜଣେ ଜଣେ ଅକୀର୍ତ୍ତିତ ନାୟକ। ଶ୍ରୀମତୀ ନଭଲ ଓଡ଼ିଶାର ପ୍ରଶଂସା କରି କହିଲେ, ‘ଓଡ଼ିଶା ହେଉଛି ଏକ ସୁନ୍ଦର ରାଜ୍ୟ। ମୁଁ ବହୁତ ଥର ଓଡ଼ିଶାକୁ ଆସିଛି । ଓଡ଼ିଶାର କଳା, ସଂସ୍କୃତି, ସାହିତ୍ୟ, ସଙ୍ଗୀତ, ଲୋକନୃତ୍ୟ ବିଶ୍ଵ ପ୍ରସିଦ୍ଧ। ଏଇ ମାଟିରୁ ଦେଶର ରାଷ୍ଟ୍ରପତିଙ୍କ ସମେତ ପ୍ରଶାସନିକ କ୍ଷେତ୍ରରେ ଅନେକ ଗୁରୁତ୍ଵପୂର୍ଣ୍ଣ ବ୍ୟକ୍ତି ରହିଛନ୍ତି। ଓଡ଼ିଶାର ଓଡ଼ିଶୀ ନୃତ୍ୟ କେବଳ ଭାରତରେ ନୁହେଁ, ଦେଶ ବାହାରେ ମଧ୍ୟ ଲୋକପ୍ରିୟ । ଓଡ଼ିଆ ସାହିତ୍ୟ ଏହାର ଉଲ୍ଲେଖନୀୟ ଅବଦାନ ପାଇଁ ଦେଶରେ ସ୍ବତନ୍ତ୍ର ପରିଚୟ ପାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ