Masthead

‘କଥା’ର ୩୭ ତମ ବାର୍ଷିକ ଉତ୍ସବ ଆୟୋଜିତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ‘କଥା’ର ୩୭ ତମ ବାର୍ଷିକ ଉତ୍ସବ ଆୟୋଜିତ । ‘ଆମେ ବେଳେବେଳେ ଯୁବପ୍ରତିଭାଙ୍କ ଦକ୍ଷତାକୁ ଗୁରୁତ୍ଵ ଦେଇ ନଥାଉ। କିନ୍ତୁ ସେମାନେ ସମସ୍ତ ପ୍ରତିବନ୍ଧକକୁ ପାର ହେବାର ଏବଂ ଅସମ୍ଭବକୁ ସମ୍ଭବରେ ପରିଣତ କରିବାର ସ୍ଵପ୍ନ ଦେଖନ୍ତି। ଅନିଶ୍ଚିତତା, ଭୟ ଓ ବିଭାଜନ ଦ୍ବାରା ବିଶ୍ଵ ପ୍ରଭାବିତ ହେଉଛି। ଏହାସତ୍ତ୍ବେ ଆମ ଯୁବପ୍ରତିଭାମାନେ ନିଜ ଆଶାର ପରିପ୍ରକାଶ ସହ ଭବିଷ୍ୟତ ପାଇଁ ଚଲାପଥ ଉଜ୍ଜ୍ଵଳ କରୁଛନ୍ତି।’’ ଯାହାକୁ ନେଇ ଭୁବନେଶ୍ଵର ଜୟଦେବ ଭବନରେ ‘ସମ୍ବାଦ’ ଗ୍ରୁପ୍‌ର ଲୋକପ୍ରିୟ ଗଳ୍ପ ପତ୍ରିକା ‘କଥା’ର ୩୭ତମ ବାର୍ଷିକ ଉତ୍ସବ ଓ ନବପ୍ରତିଭା ପୁରସ୍କାର ପ୍ରଦାନ ସମାରୋହ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଖ୍ୟାତ ଅଭିନେତ୍ରୀ ତଥା ଲେଖିକା ଦୀପ୍ତି ନଭଲ କହିଛନ୍ତି ଯୁବପିଢ଼ିକୁ ଦକ୍ଷତା, ଜ୍ଞାନ ଓ ବୁଦ୍ଧି ସହିତ ଆଗକୁ ବଢ଼ିବାକୁ ପରାମର୍ଶ ଦେଇ ସେ କହିଲେ, ପ୍ରତ୍ୟେକ କାହାଣୀର ମୂଲ୍ୟ ଅଛି।

ପ୍ରତ୍ୟେକ ସ୍ବରକୁ କେହି ନା କେହି ଶୁଣିଥା’ନ୍ତି ବା ସେହି ସ୍ଵର ଶୁଣାଯିବା ଉଚିତ। ଏହି ଯୁବ ପ୍ରତିଭାମାନଙ୍କୁ ଉତ୍ସାହ ଓ ପ୍ରେରଣା ଯୋଗାଇ ଆଗକୁ ବଢ଼ିବାରେ ସହଯୋଗ କରିବାକୁ ସେ ବାପା, ମା’, ଶିକ୍ଷକ ଓ ସେମାନେ ଆଦର୍ଶମାନୁଥିବା ବ୍ୟକ୍ତିମାନଙ୍କୁ ପରାମର୍ଶ ଦେଇଥିଲେ । ସେ କହିଥିଲେ, ସେମାନେ ହେଉଛନ୍ତି ପ୍ରତ୍ୟେକ କାହାଣୀ ପଛରେ ଥିବା ଜଣେ ଜଣେ ଅକୀର୍ତ୍ତିତ ନାୟକ। ଶ୍ରୀମତୀ ନଭଲ ଓଡ଼ିଶାର ପ୍ରଶଂସା କରି କହିଲେ, ‘ଓଡ଼ିଶା ହେଉଛି ଏକ ସୁନ୍ଦର ରାଜ୍ୟ। ମୁଁ ବହୁତ ଥର ଓଡ଼ିଶାକୁ ଆସିଛି । ଓଡ଼ିଶାର କଳା, ସଂସ୍କୃତି, ସାହିତ୍ୟ, ସଙ୍ଗୀତ, ଲୋକନୃତ୍ୟ ବିଶ୍ଵ ପ୍ରସିଦ୍ଧ। ଏଇ ମାଟିରୁ ଦେଶର ରାଷ୍ଟ୍ରପତିଙ୍କ ସମେତ ପ୍ରଶାସନିକ କ୍ଷେତ୍ରରେ ଅନେକ ଗୁରୁତ୍ଵପୂର୍ଣ୍ଣ ବ୍ୟକ୍ତି ରହିଛନ୍ତି। ଓଡ଼ିଶାର ଓଡ଼ିଶୀ ନୃତ୍ୟ କେବଳ ଭାରତରେ ନୁହେଁ, ଦେଶ ବାହାରେ ମଧ୍ୟ ଲୋକପ୍ରିୟ । ଓଡ଼ିଆ ସାହିତ୍ୟ ଏହାର ଉଲ୍ଲେଖନୀୟ ଅବଦାନ ପାଇଁ ଦେଶରେ ସ୍ବତନ୍ତ୍ର ପରିଚୟ ପାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା