Masthead

ଇଦ୍ ମୁବାରକ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ଇଦ୍-ଉଲ୍ ଫିତର୍ । ଇସଲାମ ଧର୍ମର ପବିତ୍ର ଦିନ । ଗୁରୁବାର ରମଜାନ ମାସର ଶେଷ ହୋଇଛି । ସନ୍ଧ୍ୟାରେ ଇଦ୍ ଚାନ୍ଦ ଦେଖି ଉପାସକ ମାନେ ମାସ ଯାକ କରିିଥିବା ରମଜାନ ଶେଷ କରିଛନ୍ତ । ଆଉ ଆଜି ପାଳନ କରିବେ ତ୍ୟାଗ ଓ ସମର୍ପଣର ପର୍ବ ଇଦ୍-ଉଲ-ଫିତର । ତେବେ କରୋନା କିନ୍ତୁ ଚଳିତ ବର୍ଷ ଇଦ୍ ପାଳନକୁ ଫିକା କରିଛି । କଟକଣା ଯୋଗୁଁ ନା ହୋଇଛି ସମୂହ ନମାଜ ପାଠ, ନା ହୋଇଛି ଇଫତାର ପାର୍ଟି । ମସଜିଦ ଓ ଇଦଗାହାରୁ ଶୁଭିନି ଇଦ୍ ମୁବାରକ୍ । କେବଳ ବିଧି ପାଳନ ପାଇଁ ମୌଲାନାମାନେ ମସଜିଦରେ ନମାଜ ପାଠ କରିଥିବା ବେଳେ ଉପାସକ ମାନେ ନିଜ ଘରେ ହିଁ ରହି ନମାଜ ପାଠ କରିଛନ୍ତି । ଘରୁ ଘରୁ ଗୁଞ୍ଜରିତ ହୋଇଛି ନମାଜ ।

ତେବେ ୨୦୨୦ରେ ମଧ୍ୟ ଇଦ୍ ପାଳନ ସମ୍ପୂର୍ଣ୍ଣ ଫିକା ପଡ଼ିଥିଲା । ମସଜିଦମାନଙ୍କରେ ସମୂହ ନମାଜ ପାଠ ବନ୍ଦ ଥିଲା । ଏଥର ମଧ୍ୟ ଅନୁରୁପ ଦେଖିବାକୁ ମିଳିଛି । ସକାଳୁ ଇସଲାମ ଧର୍ମର ବ୍ୟକ୍ତିବିଶେଷ ମା୍େନ ନମାଜ ପାଠ କରିଛନ୍ତି । ବିଧି ଅନୁସାରେ ଆଜି ଦିନରେ ଦାନ ଧର୍ମ କରିବାର ପ୍ରଥା ରହିଛି । ଏହାଛଡ଼ା ଗୁରୁଜନମାନଙ୍କ ପାଦ ଛୁଇଁ ପ୍ରଣାମ ମଧ୍ୟ କରାଯାଏ । ତେବେ ଲକଡାଉନ ଯୋଗୁଁ ବାହାରକୁ ଯିବାକୁ ମନା ହୋଇଥିବା କାରଣରୁ ଘର ମଧ୍ୟରେ ହିଁ ପାଳନ କରାଯାଇଛି ଇଦ୍-ଉଲ-ଫିତର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ