ହାଇଦ୍ରାବାଦ (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମଣ । କରୋନା କବଳରେ ଏବେ ସାରା ଦେଶ । ଦୁଃଖର କଥା ଏହି ସଂକ୍ରମଣ ମଣିଷକୁ ଗ୍ରାସ କରିଥିବାବେଳେ ଏଥିରୁ ବାଦ ପଡ଼ିନାହାନ୍ତି ପଶୁ । ହାଇଦ୍ରାବାଦ ଏକ ଚିଡ଼ିଆଖାନାରେ ୮ ସିଂହ କରୋନା ସଂକ୍ରମିତ ହୋଇଛନ୍ତି । ସିଂହଙ୍କ ନମୁନାରେ କୋଭିଡ ଭୂତାଣୁ ମିଳିଥିବା ସୂଚନା ମିଳିଛି । ମେ ୨ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି ଚିଡ଼ିଆଖାନା ।
୪ ସିଂହଙ୍କଠାରେ କରୋନାର ଲକ୍ଷଣ ଦେଖାଯିବା ପରେ କରାଯାଇଥିଲା ପରୀକ୍ଷା । ପାର୍କର ରକ୍ଷଣାବେକ୍ଷଣ ଦାୟିତ୍ଵରେ ଥିବା ତଥା ନିର୍ଦ୍ଦେଶକ ଡାକ୍ତର ସିଦ୍ଧାନନ୍ଦ କୁକରେତି ଏହାର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହା ସତ ଯେ ସିଂହଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଛି । ମାତ୍ର ଏଯାଏଁ ସିଂହ ପଜିଟିଭ୍ ହେବା ରିପୋର୍ଟ ଆସି ନାହିଁ । ରିପୋର୍ଟ ମିଳିବା ପରେ ଏହା ଜଣାପଡ଼ିବ ବୋଲି କହିଛନ୍ତି ଡାକ୍ତର ସିଦ୍ଧାନନ୍ଦ କୁକରେତି ।