Before Header

ଭାରତରେ ପହଞ୍ଚିଲା ବିଦେଶୀ ସହାୟତା

0 40

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଉଛି । ତେଣେ ଦେଶରେ ଅକ୍ସିଜେନର ଅଭାବ ଚିନ୍ତା ବଢାଇ ଦେଇଛି । ଏଭଳି ସଙ୍ଗୀନ ସ୍ଥିତିରେ ବହୁ ବିଦେଶୀ ରାଷ୍ଟ୍ର ଭାରତକୁ ବଢାଇଛନ୍ତି ସହଯୋଗର ହାତ । ଦେଶର ଧଡକନ୍ କୁହାଯାଉଥିବା ଦିଲ୍ଲୀ ସମେତ ବିଭିନ୍ନ ଏୟାରପୋର୍ଟରେ ଲାଗୁଛି ଅକ୍ସିଜେନ ବହନକାରୀ ବିମାନର ଭିଡ । ଅକ୍ସିଜେନ ସଙ୍କଟର ସାଂଘାତିକ ସ୍ଥିତିରେ ଦେଶ । ଅମ୍ଳଜାନର ଅଭାବ ସାମ୍ନା କରୁଛି ଦେଶ । ଏଥିପାଇଁ ବିଦେଶରୁ ମିଳୁଛି ଭାରତକୁ ସମର୍ଥନ । ବିମାନ ବନ୍ଦରରେ ଲାଗୁଛି ଅକ୍ସିଜେନ ସିଲିଣ୍ଡର ଟ୍ୟାଙ୍କରର ଭିଡ । ଦେଶରେ ମହାମାରୀ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଖୁବ ଭୟାନକ । ପ୍ରତିଦିନ ଦେଶରେ ସଂକ୍ରମଣର ଗ୍ରାଫ ଉପରମୁହାଁ ରହୁଛି ।

ମଙ୍ଗଳବାର ଗୋଟିଏ ଦିନରେ ଦେଶରେ ୨ କୋଟି ଟପିଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା । ଟିକାକରଣ ଆରମ୍ଭ ସତ୍ତେ୍ୱ ହ୍ରାସ ପାଉନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକୁ ଦିନ ନୂଆ ଲକ୍ଷଣ ନେଇ ଉଭା ହେଉଛି କରୋନା । ତେବେ କରୋନା ସଂକ୍ରମଣ ମାତ୍ରା ବଢୁଥିବା ବେଳେ ଦେଶରେ ଅମ୍ଲଜାନର ଅଭାବ ଦେଖା ଦେଇଛି । ଏନେଇ ବିଦେଶରୁ ମିଳୁଛି ସହାୟତାର ହାତ । ଆମେରିକା, ଦୁବାଇ, ଜର୍ମାନୀ, ଫ୍ରାନ୍ସ, ଉଜବେକିସ୍ତାନ ପ୍ରଭୃତି ଦେଶ ଭାରତକୁ ସାହାଯ୍ୟ କରିଛନ୍ତି । ଦେଶର ସ୍ୱାସ୍ଥ୍ୟବସ୍ଥା ଭୁଶୁଡିବା ପରେ ମଙ୍ଗଳବାର କୁଏତରୁ ଏକ ସ୍ୱତନ୍ତ୍ର ବିମାନ ଆସି ଭାରତରେ ଅବତରଣ କରିଛି ।

ବିମାନରେ ରହିଛି ୨୮୨ ଅମ୍ଳଜାନ ସିଲିଣ୍ଡର, ୬୦ ଅକ୍ସିଜେନ ପ୍ଲାଣ୍ଟ ଏବଂ ଭେଣ୍ଟିଲେଟର । ସେହିଭଳି ଚେନ୍ନାଇ ବିମାନ ବନ୍ଦରରେ ବ୍ରିଟେନରୁ ୪୫୦ ଅମ୍ଳଜାନ ସିଲିଣ୍ଡର ସହ ଭାରତୀୟ ବାୟୁସେନା ବିମାନ ଅବତରଣ କରିଛି । ଏହି ଅମ୍ଳଜାନ ସିଲିଣ୍ଡରଗୁଡିକୁ ବ୍ରିଟିଶ ଅମ୍ଳଜାନ କମ୍ପାନୀ ଇଣ୍ଡିଆନ ରେଡ କ୍ରସ ସୋସାଇଟ କୁ ପ୍ରଦାନ କରିଛି । ସେପଟେ ଦିଲ୍ଲୀରେ ମଧ୍ୟ ବ୍ରିଟେନ ପକ୍ଷରୁ ଆଉ ୪୫୦ ବିଶିଷ୍ଟ ଅମ୍ଳଜାନ ସିଲିଣ୍ଡର ବିମାନ ପହଞ୍ଚିବ । ଅନ୍ୟପକ୍ଷରେ ଭାରତର ଏହି ଯୁଦ୍ଧରେ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ସାମିଲ ହୋଇଛି । ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା ୪ଥର ଭାରତକୁ ସାହାୟତା କରିଥିବା ବେଳେ ପଂଚମ ଥର ପାଇଁ ବଢାଇଛି ସହଯୋଗର ହାତ ।

ଦିଲ୍ଲୀ ବିମାନ ବନ୍ଦରରେ ୫୪୫ଟି ଅମ୍ଳଜାନ ପ୍ଲାଂଟ ବିଶିଷ୍ଟ ବିମାନ ଅବତରଣ କରିଛି । ଏହା ସହ ଆମେରିକାର ପ୍ରତିରକ୍ଷା ବିଭାଗ କହିଛି ଯେ ସହାୟତାର ଅନ୍ତିମ ଦୁଇଟି ବିମାନ ରକ୍ଷଣାବେକ୍ଷଣା ସମସ୍ୟା ହେତୁ ବିଳମ୍ବ ହୋଇଛି, ବୁଧବାର ସେହି ଦୁଇ ବିମାନ ପହଂଚିବ । ସେହିଭଳି ୟୁଏଇରୁ ମଧ୍ୟ ୨୦ ବିମାନ ଏମଟି ତରଳ ମେଡିକାଲ ଅମ୍ଳଜାନ ସହିତ ୭ଟି ଆଇଏଓ ଟ୍ୟାଙ୍କର ଗୁଜରାଟର ମୁଣ୍ଡ୍ରା ବନ୍ଦରରେ ପହଂଚିଛି । ଏହି ସଙ୍ଗୀନ ସ୍ଥିତିରେ ବିଦେଶୀ ରାଷ୍ଟ୍ରମାନେ ସହାୟତାର ହାତ ବଢାଇବା ବନ୍ଧୁତ୍ୱକୁ ଦୃଢ କରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.